ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ଆସିବ ନୂଆ ବର୍ଷ । ସେହିପରି ପୁରୁଣା ବର୍ଷ ଶେଷ ହେବା ପୂର୍ବରୁ ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଏହାର ନାଁ ରହିଛି ବଳୟାକାର । ଏହାସହିତ ଏହାକୁ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ମଧ୍ୟ କୁହାଯାଉଛି । ଏହି ପରାଗ ଦକ୍ଷୀଣ ଭାରତର କିଛି ସ୍ଥାନରେ ଆଂଶିକ କଙ୍କଣାକୃତି ଦୃଶ୍ୟମାନ ହେବ । ଏହା ପାଖାପାଖି ୨ ଘଣ୍ଟା ୪୦ ମିନିଟ୍ ପର୍ଯ୍ୟନ୍ତ ରହିବ । ୨୬ ତାରିଖ ଦିବା ୮ ଘଣ୍ଟା ୨୯ ମିନିଟ୍ ୨୫ ସେକେଣ୍ଡରେ ଦୃଶ୍ୟମାନ ହେବ ଏବଂ ପରାଗ ମୋକ୍ଷ ୧୧ ଘଣ୍ଟା ୨୯ ମିନିଟ୍ ୧୬ ସେକେଣ୍ଡ ।
ସୂର୍ଯ୍ୟପରାଗ ଲାଗିବା ସମୟରେ ସୂର୍ଯ୍ୟ, ବୁଧ, ଗୁରୁ, ଶନି, ଚନ୍ଦ୍ର ଏବଂ କେତୁ ଧନୁ ରାଶିରେ ରହିବେ । ଏହିସମୟରେ ଦେବନୀତି ନିଷେଧ ।
ମାତ୍ର ସୂର୍ଯ୍ୟପରାଗ ସମୟରେ ନିଜ ମନରେ ଭଗବାନଙ୍କୁ ଆରଧନା କରନ୍ତୁ । ଏହାସହିତ ପାକ ତ୍ୟାଗ କରନ୍ତୁ । କୁହାଯାଏ ଯେଉଁ ବ୍ୟକ୍ତି ସୂଯ୍ୟପରାଗ ଲାଗିବା ସମୟରେ ଅନ୍ନର ଯେତିକି ଦାନା ଗ୍ରହଣ କରନ୍ତି । ସେତିକି ବର୍ଷ ନର୍କ ଯନ୍ତ୍ରଣା ଭୋଗିଥାନ୍ତି । ସେହିପରି ବୈଜ୍ଞାନିକ ମତରେ ସୂର୍ଯ୍ୟପରାଗ ସମୟରେ ପଡିଥିବା କିରଣ ଭୋଜନକୁ ନଷ୍ଟ କରିଦେଇଥାଏ ।
ସୂର୍ଯ୍ୟପରାଗ ଲାଗିବା ପୂର୍ବରୁ ରନ୍ଧା ହୋଇଥିବା ଖାଦ୍ୟରେ କୁଶ କିମ୍ବା ତୁଳସୀ ପତ୍ର ପକାଇ ଦିଅନ୍ତୁ । ଏହାଦ୍ୱାରା ଖାଦ୍ୟ ପଦାର୍ଥ ଦୂଷିତ ହେବ ନାହିଁ । ଏହାସହିତ ପରାଗ ଲାଗିବା ସମୟରେ ଗାଇକୁ ଘାସ,ପକ୍ଷୀକୁ ଦାନା ଏବଂ କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ । ସବୁଠାରୁ ବଡ କଥା ହେଉଛି ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ଘର ବାହାରକୁ ଯିବା ନିଷେଧ ।