ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷର ସବୁଠାରୁ ଲମ୍ବା ଏବଂ ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ ୨୧ ରେ ଲାଗିବାକୁ ଯାଉଛି । ଭାରତରେ କିଛି ଅଞ୍ଚଳରେ ପୂର୍ଣ୍ଣ ପରାଗ ଦୃଶ୍ୟମାନ ହେବ । ସେହିଅନୁଯାୟୀ ହରିୟାଣା, ଉତ୍ତରାଖ. ରାଜସ୍ଥାନରେ ପ୍ରାୟତଃ ଏକ ମିନିଟ୍ ବଳୟ ପରାଗ ଦୃଶ୍ୟମାନ ହେବ । ଏହାବ୍ୟତିତ ଭାରତର ଅନ୍ୟ ସବୁ ସ୍ଥାନରେ ଆଂଶିକ ପରାଗ ଦୃଶ୍ୟମାନ ହେବ । ଓଡିଶାରେ ମଧ୍ୟ ଆଂଶିକ ପରାଗ ଦୃଶ୍ୟମାନ ହେବ ।
ଏହି ସୂର୍ଯ୍ୟ ପରାଗ ସକାଳ ୧୦ଟା ୨୦ ମିନିଟ୍ ରୁ ଆରମ୍ଭ ହୋଇ ୨ ଟା ୨୦ ମିନିଟ୍ ରେ ଶେଷ ହେବ । ମୁଖ୍ୟତଃ ୧୨ ଟା ୧୫ ରୁ ସାଢେ ୧୨ ମଧ୍ୟରେ ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ । ଅନ୍ୟପଟେ ଏହି ସୂର୍ଯ୍ୟ ପରାଗ ଭୁବନେଶ୍ୱରରେ ସକାଳ ୧୦ ଟା ୩୮ ରୁ ଆରମ୍ଭ ହୋଇ ଦିନ ୨ ଟା ୯ ମିନିଟ୍ ରେ ଶେଷ ହେବ । ସୂର୍ଯ୍ୟପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରାଯିବ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ ମାନବ ଜୀବନ ସହିତ ପଶୁ ପକ୍ଷୀଙ୍କ ଉପରେ ବି ପଡିଥାଏ । ଅଧିକମାତ୍ରାରେ ଏହାର ପ୍ରଭାବ ମାନବ ଜୀବନ ଉପରେ ପଡିଥାଏ । ଏଥିରେ ଦୁଇଟି ପ୍ରଭାବ ରହିଛି । ସକରାତ୍ମକ ଏବଂ ନକରାତ୍ମକ ।