ପୁରୀ (ଏଟିଆର ବ୍ୟୁରୋ):ପବିତ୍ର ଶ୍ରୀକ୍ଷେତ୍ରରେ ବାରମାସରେ ପାଳିତ ହୁଏ ତେର ପର୍ବ । ତେବେ ଶ୍ରୀମନ୍ଦିରରେ ହେଉଥିବା ମେଳା ମହୋଉତ୍ସଵ ମଧ୍ୟରୁ ଶ୍ରୀ ଜୀଉଙ୍କ ରଥଯାତ୍ରା ପ୍ରଧାନ । ଯାହା ସାରା ବିଶ୍ୱ ବିଖ୍ୟାତ । ତେବେ ଆଜି ଆସନ୍ତୁ ଜାଣିବା ପବିତ୍ର ରଥଯାତ୍ରାରେ ଗଡୁଥିବା ଶ୍ରୀଜୀଉଙ୍କ ତିନି ରଥ ମଧ୍ୟରୁ ଭଉଣୀ ସୁଭଦ୍ରା ଯାତ୍ରା କରୁଥିବା ଦର୍ପଦଳନ ରଥ ବିଷୟରେ ।
ଭଉଣୀ ସୁଭଦ୍ରା ଯାତ୍ରା କରୁଥିବା ଦର୍ପଦଳନ ରଥ ମୋଟ ୭୧୧ ଖଣ୍ଡ କାଠରେ ତିଆରି ହୋଇଥାଏ । ଏବଂ ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀ ସୁଦର୍ଶନ ବିଜେ କରିଥାନ୍ତି ।
ଦେବୀ ସୁଭ୍ରଦ୍ରାଙ୍କ ରଥରେ ସର୍ବମୋଟ ୧୨ଟି ଚକ ରହିଥାଏ । ସେହିଭଳି ପ୍ରତ୍ୟେକ ଚକର ଉଚ୍ଚତା କଥା ଯଦି ଦେଖିବା ପ୍ରତ୍ୟକ ଚକର ଉଚତା ୬ ଫୁଟ ୮ ଇଞ୍ଚ ରହିଥାଏ।
ସେହିପରି ଦେବୀ ସୁଭ୍ରଦାଙ୍କ ରଥର ସାରଥି ହେଉଛନ୍ତି ଅଜର୍୍ୁନ । ଏହି ରଥର ଦଉଡ଼ିର ନାମ ସୂର୍ଣ୍ଣଚୂଡ ହୋଇଥିବା ବେଳେ ଧ୍ୱଜପମୂର୍ତ୍ତି ହେଉଛନ୍ତି ଜୟଦୁର୍ଗା ।
ପରମ୍ପରା ମୁତାବକ ଏହି ରଥରେ ନାଲି ରଙ୍ଗର ଚାରୋଟି ଘୋଡ଼ା ଯଥା ରୋଚିକା, ମୋଚିକା, ଜିତା ଓ ଅପରାଜିତା ଙ୍କୁ ସ୍ଥାପନ କରାଯାଏ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନାଲି ଓ କଳା ରଙ୍ଗର କପଡ଼ାରେ ଦେବୀ ଦର୍ପଦଳନ ରଥ ନିର୍ମାଣ ହୋଇଥାଏ ।
ଦର୍ପଦଳନ ରଥରେ ପାର୍ଶ୍ୱ ଦେବଦେବୀ ଭାବରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ, ବନଦୁର୍ଗା, କାତ୍ୟାୟନୀ, ରାମଚଣ୍ଡୀ, ହରଚଣ୍ଡି ଓ ଅଘୋରା ଅବସ୍ଥାନ କରିଥାନ୍ତି ।