ପୁରୀ (ଏଟିଆର ବ୍ୟୁରୋ): ଶ୍ରୀକ୍ଷେତ୍ରର ବଡ ଦେଉଳରେ ବଡଠାକୁର ବଳଭଦ୍ର, ଉଉଣୀ ସୁଭଦ୍ରା ଏବଂ ଭାଇ ଶ୍ରୀଜଗନ୍ନାଥ ବିରାଜମାନ । ତାଙ୍କ ଲୀଳା ଅପୂର୍ବ । ଶ୍ରୀଜିଉଙ୍କ ଦର୍ଶନ ନିମେନ୍ତ ବିଶ୍ୱର କୋଣ ଅନୁକୋଣରୁ ଛୁଟି ଆସିଥାନ୍ତି ଭକ୍ତ । ଏହାସହିତ ଭକ୍ତଙ୍କ ଡାକରେ ବର୍ଷକରେ ଥରେ ବଡ ଦାଣ୍ଡକୁ ଓହ୍ଲାଇଥାନ୍ତି ଶ୍ରୀଜିଉ । ଭାଇ ଓ ଭଉଣୀଙ୍କ ସହିତ ରତ୍ନବେଦୀରୁ ଓହ୍ଲାଇ ରଥାରୁଢ ହେବା ପରେ ଜନ୍ମବେଦୀ ଙ୍କୁ ଯାତ୍ରା କରିଥାନ୍ତି । ଯାହା ରଥ ଯାତ୍ରା ବା ଘୋଷ ଯାତ୍ରା ଭାବେ ପ୍ରସିଦ୍ଧ । ଏହି ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଏହା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ରଥଯାତ୍ରାର ବିଶେଷତ୍ୱ ହେଉଛି କାଠ ନିର୍ମିତ ରଥ । । ତେବେ ଆଜି ଆସନ୍ତୁ ଜାଣିବା ବଡଠାକୁରଙ୍କ ତାଳଧ୍ୱଜ ରଥର କିଛି ଜଣା ଅଜଣା କଥା ।
ବଡ ଠାକୁର ବସୁଥିବା ତାଳଧ୍ୱଜ ରଥ ମୋଟ ୭୩୧ ଖଣ୍ଡ କାଠରେ ତିଆରି ହୋଇଥାଏ । ଏବଂ ଏହି ରଥର ଉଚ୍ଚତା ୪୫ଫୁଟ । ଏହି ରଥରେ ବଡଠାକୁର ବଳରାମଙ୍କ ସହ ରାମକୃଷ୍ଣ ବିଜେ କରିଥାନ୍ତି ।
ତାଳଧ୍ୱଜ ରଥରେ ସର୍ବମୋଟ ୧୪ ଟି ଚକ ରହିଥାଏ । । ସେହିଭଳି ପ୍ରତ୍ୟେକ ଚକର ଉଚ୍ଚତା କଥା ଯଦି ଦେଖିବା ପ୍ରତ୍ୟକ ଚକର ଉଚତା ୬ ଫୁଟ ୬ ଇଂଚ ରହିଥାଏ। ସେହିପରି ତାଳଧ୍ୱଜ ରଥର ସାରଥି ହେଉଛନ୍ତି ଦାରୁକ । ଏବଂ ତାଙ୍କ ରଥ ଦଉଡିର ନାମ ବାସୁକୀ ।
ପରମ୍ପରା ମୁତାବକ ଏହି ରଥରେ କଳା ରଙ୍ଗର ଚାରୋଟି ଘୋଡ଼ା ଯଥା ଶଙ୍ଖ, ସୁଚିତ୍ର, ଅଙ୍ଗଦ ଓ ମେଘନାଦ ଙ୍କୁ ସ୍ଥାପନ କରାଯାଏ । ଧ୍ୱଜପମୂର୍ତ୍ତି ଲକ୍ଷ୍ମୀନୃସିଂହ ମଧ୍ୟ ଏହି ରଥରେ ବିରାଜମାନ ରହିଥାନ୍ତି ।
ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନାଲି ଓ ସବୁଜ ରଙ୍ଗର କପଡ଼ାରେ ତାଳଧ୍ୱଜ ରଥ ନିର୍ମାଣ ହୋଇଥାଏ ।
ତାଳଧ୍ୱଜ ରଥରେ ପାଶ୍ୱର୍ ଦେବା ଦେବୀ ଭାବେ ବଳରାମ, ବାଇଶଭୂଜ ନୃସିଂହ, ମହାଦେବ, ନୃତ୍ୟ ଗଣପତି,ନାଟାମ୍ବର,କାର୍ତ୍ତିକେଶ୍ୱର, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ,ଅନନ୍ତବାସୁଦେବ, ଅବସ୍ଥାନ କରିଥାନ୍ତି ।