ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଇ ନିକଟରେ ଦୀପାବଳୀ ପର୍ବକୁ ଆପଣମାନେ ନିଶ୍ଚିତ ରୂପେ ଖୁବ୍ ଧୁମ୍ ଧାମ୍ ରେ ପାଳନ କରିଥିବେ । ଏହି ଅବସରରେ ଧନ ପ୍ରାପ୍ତି ହେତୁ ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ମଧ୍ୟ ଆପଣମାନେ କରିଥିବେ । କାରଣ ମାନ୍ୟତା ରହିଛି କି ଏଭଳି କରିବା ଦ୍ୱାରା ଜୀବନରେ ଧନର ଅଭାବ ଦେଖାଯାଏ ନାହିଁ । ଇତି ମଧ୍ୟରେ ଆଜି ଆମେ ଏଭଳି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ, ଯାହାଫଳରେ ଆପଣ ଜାଣିପାରିବେ କି ଆପଣଙ୍କ ଦୀପାବଳି ପୂଜାରେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି କି ନାହିଁ । ଯଦି ପ୍ରସନ୍ନ ହୋଇଥାନ୍ତି ତେବେ କିଛି ନା କିଛି ସଂକେତ ମଧ୍ୟ ମା’ ଦେବେ । ତେବେ ଆସନ୍ତୁ ଜାଣିବା..
– ଦୀପାବଳି ପରେ ଯଦି ଆପଣଙ୍କୁ ସ୍ୱପ୍ନରେ ମୋତି, ମୁଙ୍ଗା, ହୀରା ଆଦି ଦେଖାଯାଉଛି, ତେବେ ଏହାର ଅର୍ଥ ମା’ ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବେ ବସତି ସ୍ଥାପନା କରିବେ ।
– ଯଦି ଆପଣଙ୍କ ସ୍ୱପ୍ନରେ କୁମ୍ଭାର ଘଡି ତିଆରି କରୁଥିବାର ଦେଖାଯାଏ, ତେବେ ଏହାର ଅର୍ଥ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ ।
– ଯଦି ଆପଣଙ୍କ ସ୍ୱପ୍ନରେ ପାଚିଲା କମଳା ଦେଖାଯାଉଛି ତେବେ ଏହା ଆପଣଙ୍କ ପାଇଁ ଶୁଭ ।
– ଯଦି ଆପଣ ସ୍ୱପ୍ନରେ କାହାକୁ ଟଙ୍କା ଉଦ୍ଧାର ଦେଉଥିବାର ନିଜକୁ ଦେଖୁଛନ୍ତି କିମ୍ବା ନିଜେ ଫଳ ଖାଉଥିବାର ଦେଖୁଛନ୍ତି, ତେବେ ଏହା ଧନ ପ୍ରାପ୍ତିର ସଂକେତ ।
– ଯଦି ଆପଣ ସ୍ୱପ୍ନରେ ପାଚିଲା ଗହମ ଦେଖୁଛନ୍ତି କିମ୍ବା ଜଳୁଥିବା ଦୀପ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ କେଉଁଠୁ ଧନ ପ୍ରାପ୍ତି ହୋଇପାରେ ।
– ଯଦି ଆପଣଙ୍କୁ ସ୍ୱପ୍ନରେ ପଦ୍ମ ଫୁଲ କିମ୍ବା ପଦ୍ମ ପତ୍ରରେ ବସି ନିଜକୁ ଖାଉଥିବାର ଦେଖୁଥିବେ ତେବେ ଏହା ବି ଧନ ପ୍ରାପ୍ତିର ସଂକେତ ।
– ଯଦି ଆପଣଙ୍କୁ ସ୍ୱପ୍ନରେ କୌଣସି ମନ୍ଦିରରେ ରଖା ହୋଇଥିବା ବକ୍ସ ନଜର ଆସୁଛି ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ସ୍ଥାନରୁ ପୈତୃକ ସମ୍ପତ୍ତି ପ୍ରାପ୍ତ ହୋଇପାରେ ।
– ଏହାସହିତ ଯଦି ଆପଣ ଶୋଇକି ଉଠିଲା ପରେ ଅଚାନକ୍ ନେଉଳ ଦେଖିବାକୁ ପାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ସ୍ଥାନରୁ ଗୁପ୍ତ ଅର୍ଥ ପ୍ରାପ୍ତ ହୋଇପାରେ । ଏହାବ୍ୟତିତ କୌଣସି ସ୍ଥାନକୁ ଗଲା ବେଳେ ଆପଣଙ୍କ ରାସ୍ତା କାଟି ନେଉଲ ଯାଉଥିବାର ଦେଖିବେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ।