ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୋମବାର ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି । ଭୋଳାନାଥଙ୍କୁ ପୂଜା କରିବାର ଏହା ଶୁଭ ଦିନ । ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଭୋଳାନାଥ ପ୍ରସନ୍ନ କରିବା ଖୁବ୍ ସହଜ । ପ୍ରତ୍ୟେକ ସୋମବାର ଶିବଙ୍କୁ ବିଧିବିଧାନ ସହ ପୂଜା କରାଯାଏ । ମାନ୍ୟତା ରହିଛି କି ଏଭଳି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ । ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଅନେକ ଉପାୟ କରିଥାନ୍ତି । ସେହିପରି କିଛି ମନ୍ତ୍ର ରହିଛି ଯାହାକୁ ଜପିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ।
ମନ୍ତ୍ର:
– ଓଁ ନମଃ ଶିବାୟ
– ଓଁ ତ୍ରୟମ୍ବକଂ ୟଜାମହେ ସୁଗନ୍ଧିଂ ପୃଷ୍ଟିବର୍ଦ୍ଧନମ୍ । ଉର୍ବାରୁକମେବ ବନ୍ଧନାନ ମୃତୋମୁଖୀୟ ମାମୃତାତ୍
– ଓଁ ନମୋ ଭଗବତେ ରୁଦ୍ରାୟ ନମଃ
– ଓଁ ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି
ସୋମବାର ଉପାୟ:
– ସୋମବାର ମନ୍ଦିରରେ ଏହି ମନ୍ତ୍ର ଜପିବା ସହ କିଛି ବିଶେଷ ଉପାୟ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
– ସୋମବାର ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ଗଙ୍ଗାଜଳ ଅର୍ପଣ କରନ୍ତୁ ଏହାସହିତ ଓଁ ନମଃ ଶିବାୟ ଏହାସହିତ ଓଁ ନମଃ ଶିବାୟ ମନ୍ତ୍ର ଜପନ୍ତୁ । ଏଭଳି କରିବା ଦ୍ୱାରା ଭଗବାନ ଶିବ ସୁଖ-ସମୃଦ୍ଧିର ଆର୍ଶିବାଦ ଦେଇଥାନ୍ତି ।
– ସୋମବାର ସନ୍ଧ୍ୟାରେ ଶିବଲିଙ୍ଗରେ ମହୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଚାକିରି ଓ ବ୍ୟବସାୟିକ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
– ସୋମବାର ଭୋଳାନାଥଙ୍କୁ ଲାଲ କିମ୍ବା ହଳଦିଆ ଚନ୍ଦନର ତିଳକ ଲଗାଇବା ଦ୍ୱାରା ଘରେ କଦାପି ଧନର ଅଭାବ ହେବ ନାହିଁ ।
– ସୋମବାର ଭୋଳାନାଥଙ୍କୁ ଆରାଧନା କରିବା ସମୟରେ ଚାଉଳ, ଫୁଲ, ନୈାବଦ୍ୟ ଅର୍ପଣ କରନ୍ତୁ । ଏହାଦ୍ୱାରା ପ୍ରସନ୍ନ ହେବେ ଶିବଶମ୍ଭୁ ।