ପୁରୀ (ଏଟିଆର ବ୍ୟୁରୋ): ଶୀତଳ ଷଷ୍ଠୀ ଶେଷ ହେବା ପରେ ପୁରୀରେ ଅନୁଷ୍ଠିତ ହୋଇଥାଏ ପଞ୍ଚ ଦେବଙ୍କ ଭୋଗ ଖିଆ ନୀତି । ଏହି ଅବସରରେ ପ୍ରଭୁ ଜମ୍ବେଶ୍ୱର, ମାର୍କଣ୍ଡେଶ୍ୱର, ଲୋକନାଥ, କପାଳମୋଚନ ଏବଂ ନୀଳକଣ୍ଠ ପନ୍ତି ଭୋଗ ଖାଇଥାନ୍ତି । ପଂକ୍ତି ଭୋଗ ଖାଇବା ଲାଗି ଏହି ପଞ୍ଚ ଦେବ ସାତ ସାହି ୪୨ କାନ୍ଦି ବୁଲିଥାନ୍ତି । କାନେ୍ଧୟା ସେବାୟତ ମାନେ ପ୍ରଭୁଙ୍କୁ କାନ୍ଧରେ ଧରି ସାହି ସାହି ବୁଲାଇଥାନ୍ତି ।
ପ୍ରତ୍ୟେକ ବର୍ଷ ପଞ୍ଚଦେବର ଏହି ନୀତି ହୋଇଥାଏ । କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ଅନୁସାରେ ପଞ୍ଚ ଦେବଙ୍କୁ ବିମାନ ଯୋଗେ ବିଜେ କରାଯାଇଛି । ପଞ୍ଚ ଦେବ ବିମାନରେ ବିଜେ ହୋଇ ଘରେ ଘରେ ବୁଲି ଭୋଗ ଖାଉଛନ୍ତି ।