ପୁରୀ (ଏଟିଆର ବ୍ୟୁରୋ); ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଅବସରରେ ଓଡିଆଣୀ ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ଏନେଇ ଉତ୍ସବମୁଖର ହୋଇ ଉଠିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀଗୋପାଳଜୀଉଙ୍କ ପୀଠ । ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ସହିତ ଶ୍ରୀରାଧା ପାଦ ଦର୍ଶନ କରିବାର ବିଧି ରହିଛି । ଏନେଇ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି ।
କରୋନା କଟକଣା ହଟିବା ପରେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଅନୁଷ୍ଠିତ ହେଉଛି । ଭକ୍ତଙ୍କୁ ଶ୍ରୀରାଧାଙ୍କ ଦର୍ଶନ କରିବା ପାଇଁ ଅନୁମତି ରହିଛି କିନ୍ତୁ ପାଦ ସ୍ପର୍ଶ ପାଇଁ ଅନୁମତି ଦିଆଯାଇନାହିଁ ।
ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।