ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ ଭଗବାନ ଶିବଙ୍କର ସ୍ୱଭାବ ଭୋଳା ସଦୃଶ । ସେଥିପାଇଁ ଭକ୍ତମାନେ ପ୍ରେମରେ ତାଙ୍କୁ ଭୋଳାନାଥ ବୋଲି ଡାକିଥାନ୍ତି । ମାତ୍ର ତାଙ୍କର ସ୍ୱଭାବ ଯେତିକି ଭୋଳା ତାଠାରୁ ଅଧିକ ରାଗି ଶିବ ଭଗବାନ । ଯଦି ସେ ଗୋଟେ ଥର ରାଗି ଯାଆନ୍ତି ତେବେ ତାଙ୍କୁ ଶାନ୍ତ କରିବା ବହୁତ ମୁସକିଲ । ଏହାସହିତ ସବୁଠାରୁ ବଡ କଥା ହେଉଛି ଭଗବାନ ଶିବ ଯଦି ତାଙ୍କ ରାଗ ସମୟରେ ତୃତୀୟ ନେତ୍ର ଖୋଲିଦେବେ, ତେବେ ଜାଣିବେ ଯେ ସଂସାର ଅନ୍ତ ହେବାକୁ ଯାଉଛି । ସେଥିପାଇଁ ଏହି ସଂସାରରେ ଅନେକ ଶିବ ଭକ୍ତ ଅଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଶିବଙ୍କୁ ପୂଜାର୍ଚ୍ଚନା କରି ମନସ୍କାମନା ପୁରଣ କରିବା ଆଶାରେ ରହିଥାନ୍ତି । ଇତିମଧ୍ୟରେ ଶିବଙ୍କର ପ୍ରିୟ ପର୍ବ ହେଉଛି ମହାଶିବରାତ୍ରିି । ଏହି ପର୍ବର ବିଶେଷ ମହତ୍ୱ ରହିଛି । ଏହି ଦିନ ବିଶେଷ ରୂପେ ଭୋଳାନାଥଙ୍କ ପୂଜାର୍ଚ୍ଚନା କରାଯାଇଥାଏ ।
ପୌରାଣିକ ମାନ୍ୟତା ଅନୁଯାୟୀ, ଯେଉଁ ବ୍ୟକ୍ତି ବର୍ଷ ଯାକ କୌଣସି ଉପବାସ ବା ବ୍ରତ କରନ୍ତି ନାହିଁ କିନ୍ତୁ ମହାଶିବରାତ୍ରିର ବ୍ରତ ରଖନ୍ତି । ତାଙ୍କୁ ପୁରା ବର୍ଷ ଜାକର ପୂଣ୍ୟ ପ୍ରାପ୍ତ ହୋଇଥାଏ । ଏହି ସମୟରେ ଶିବଙ୍କଠାରେ ଲାଗି ହେଉଥିବା ଫୁଲ ର ଭିନ୍ନ ଭିନ୍ନ ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ଏହାର ମହତ୍ୱ ବିଷୟରେ..
ଦୁର୍ଦୁରା ଫୁଲା ବା ଫଳ: ଯଦି ଆପଣ ଭଗବାନ ଶିବଙ୍କ ଉପରେ ଦୁର୍ଦୁରା ଫୁଲ ଅର୍ପଣ କରୁଛନ୍ତି, ତେବେ ମାନ୍ୟତା ଅନୁଯାୟୀ ଏହାର ଦ୍ୱାରା ସନ୍ତାନ ସୁଖ ମିଳିଥାଏ ।
ମନ୍ଦାର ଫୁଲ: ଯଦି ଆପଣ ଶିବଲିଙ୍ଗ ଉପରେ ମନ୍ଦାର ଫୁଲ ଅର୍ପଣ କରିବେ ତେବେ ଆପଣଙ୍କୁ ଶତୃଙ୍କଠାରୁ ମୁକ୍ତି ମିଳିବ ।
ମଲ୍ଲି ଫୁଲ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ଭଗବାନ ଶିବଙ୍କ ଉପରେ ମଲ୍ଲି ଫୁଲ ଅର୍ପଣ କରନ୍ତି ତେବେ ଏହାଦ୍ୱାରା ସେହି ବ୍ୟକ୍ତିଙ୍କୁ ସୁନ୍ଦର ଏବଂ ସୁଯୋଗ୍ୟ ପତ୍ନୀ ସୁଖ ପ୍ରପ୍ତ ହୋଇଥାଏ ।
ଗଙ୍ଗଶିଉଳି ଫୁଲ: ଯଦି ଆପଣ ଭଗବାନ ଶିବଙ୍କଠାରେ ଗଙ୍ଗଶିଉଳି ଫୁଲ ଅର୍ପଣ କରିବେ ତେବେ ଏହାଦ୍ୱାରା ଘରେ ସୁଖ ଶାନ୍ତି ବଳବତ୍ତର ରହିବ । ଏହାସହିତ ଘରୁ ସମସ୍ତ ସମସ୍ୟା ଦୂର ହେବ ।
ଅରଖ ଫୁଲ: ଭଗବାନ ଶିବଙ୍କୁ ଅରଖ ଫୁଲ ଅର୍ପଣ କରିବା ଦ୍ୱାରା ଲମ୍ବା ଆୟୁସ ପ୍ରାପ୍ତ ହୋଇଥାଏ ।
ବେଲପତ୍ର: ସେହିପରି ଯଦି ଆପଣ ମହାଦେବଙ୍କ ଠାରେ ବେଲପତ୍ର ଅର୍ପଣ କରୁଛନ୍ତି ତେବେ ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବ । ମାନ୍ୟତା ଅନୁଯାୟୀ ଯଦି ଆପଣ ଶିବଲିଙ୍ଗ ଉପରେ ଏକ ଲକ୍ଷ ବେଲପତ୍ର ଅର୍ପଣ କରିବେ ତେବେ ବହୁତ ଶୀଘ୍ର ଆପଣଙ୍କ ମନସ୍କାମନା ପୂରଣ ହେବ ।