ଯାଜପୁର (ଏଟିଆର ବ୍ୟୁରୋ):ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ସେହିପରି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ନବରାତ୍ରୀର ଆଜି ତୃତୀୟ ଦିନ । ଏହି ଅବସରରେ ମାଙ୍କ ଦର୍ଶନ ପାଇଁ ପୀଠରେ ଜମିଛି ଭକ୍ତଙ୍କ ଭିଡ ।
ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ। ନବରାତ୍ର ପାଇଁ ଚଳଚଞ୍ଚଳ ହୋଇପଡିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭଗୃହକୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।