ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ମୂର୍ତ୍ତି ପୂଜା ଏବଂ ମନ୍ଦିର ଯିବାର ବିଶେଷ ମହତ୍ୱ ରହିଛି । ଭାରତୀୟ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ମନ୍ଦିର ଯାଇ ଭଗବାନଙ୍କଠାରେ ନଡିଆ ଚଢାଇ ମନସ୍କାମନା କରିଥାନ୍ତି । କିନ୍ତୁ ବେଳେ ବେଳେ ଭକ୍ତଙ୍କ ଦ୍ୱାରା ଚଢାଇଯାଇଥିବା ନଡିଆ ନଷ୍ଟ ବାହାରି ଥାଏ । ଯାହାଫଳରେ ଏହା ଶୁଭ କି ଅଶୁଭ ଏବଂ ଏହା କି ପ୍ରକାରର ସଂକେତ ଏଭଳି ଅନେକ ପ୍ରଶ୍ନ ଭକ୍ତଙ୍କ ମନରେ ଆସିଥାଏ ।
ଯଦି ଭଗବାନଙ୍କୁ ଚଢାଉଥିବା ନଡିଆ ଖରାପ ବା ପୋଚ ବାହାରିଲା ତେବେ ତାହା ଅଶୁଭ ସଂକେତ ନୁହେଁ କାରଣ ଏହା ଭଗବାନଙ୍କ ପକ୍ଷରୁ ଏକ ଶୁଭ ସଂକେତ ।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନଡିଆରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ସମସ୍ତ ପୂଜାରେ ନଡିଆ ଆବଶ୍ୟକ ପଡିଥାଏ । ପୂଜାରେ ନଡିଆ ଭାଙ୍ଗିବା ସମୟରେ ଯଦି ଆପଣଙ୍କ ନଡିଆ ଖରାପ ବାହାରେ ତେବେ ଏହାର ଅର୍ଥ ଆପଣଙ୍କ ନଡିଆଟି ଭଗବାନଙ୍କୁ ଅର୍ପିତ ହୋଇଗଲା ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଗଲା ।