ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଧର୍ମ ମାସ କାର୍ତ୍ତି । ଆଜି ହେଉଛି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚର୍ତୁଦଶୀ ତିଥି ଅର୍ଥାତ ପଞ୍ଚୁକର ଚତୁର୍ଥ ଦିନ । ପଞ୍ଚୁକ ଅବସରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଏବଂ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସେହିଭଳି ଆଜି ଚର୍ତୁଦଶୀ ଅବସରରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସୁସଜିତ ହୋଇଛନ୍ତି ଶ୍ରୀଜିଉ ।
ଶ୍ରୀମନ୍ଦିରରେ ଅବକାଶ ନୀତି ହେବା ପରେ ଶ୍ରୀଜିଉଙ୍କର ଡାଳିକିଆ ବେଶ କରାଯିବାର ପରମ୍ପରା ରହିଛି । ଏହି ବେଶ ପାଇଁ ସେବକମାନେ ରତ୍ନ ଭଣ୍ଡାରରୁ ଅଳଙ୍କାରମାନ ବ୍ୟବହାର କରିଥାନ୍ତି । ଏହାସହିତ ସୋଲ ଏବଂ ଜରିରେ ଡାଳି କରାଯାଇଥିବା ରଙ୍ଗବେରଙ୍ଗର ଫୁଲକୁ ଶ୍ରୀଜିଉଙ୍କ ମସ୍ତକରେ ଲାଗି ହୋଇଥାଏ ।
ସୂଚନା ଯୋଗ୍ୟ, ପବିତ୍ର ପଞ୍ଚୁକର ପାଞ୍ଚ ଦିନରେ ଶ୍ରୀଜିଉଙ୍କୁ ପାଞ୍ଚୋଟି ବେଶରେ ସଜା ଯାଇଥାଏ । ଯେପରିକି, ଏକାଦଶୀରେ ଠିଆକିଆ ବେଶ, ଦ୍ୱାଦଶୀରେ ବାଙ୍କଚୁଡା ବେଶ, ତ୍ରୟୋଦଶୀରେ ଆଡକିଆ ବେଶ,ଚର୍ତୁଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ଶେଷ ଦିନ ଅର୍ଥାତ ପୂର୍ଣ୍ଣମାରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀଜିଉ ।