ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନବରାତ୍ରି ସମୟରେ ପ୍ରତ୍ୟେକ ବ୍ୟକ୍ତି ମାତା ରାଣୀଙ୍କୁ ପ୍ରସନ୍ନ କରିବାରେ ଲାଗି ପଡିଥାନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କର ଇଛା ଥାଏ କି ମା’ ସେମାନଙ୍କର ମନସ୍କାମନା ପୁରଣ କରନ୍ତୁ । କିନ୍ତୁ ନବରାତ୍ରି ସମୟରେ କିଛି ଏଭଳି କାମ ରହିଛି ଯାହାକୁ ବିଲକୁଲ୍ କରିବା ଉଚିତ୍ ନୁହେଁ । ଏହାଦ୍ୱାରା ମାତା ରାଣୀଙ୍କ ଆର୍ଶିବାଦ ଲାଭ ହୋଇନଥାଏ । ତେବେ ଆସନ୍ତୁ ଜାଣିବା କଣ କରିବା ଉଚିତ୍ ନୁହେଁ…
– ନବରାତ୍ରି ଅବସରରେ ଆମିଷ ଭୋଜନଠାରୁ ଦୁରେଇ ରୁହନ୍ତୁ । ଏହି ଅବସରରେ ଯଦି କୌଣସି ବ୍ୟକ୍ତି ଆମିଷ ଭୋଜନ କରି ମା’ଙ୍କୁ ପ୍ରାର୍ଥନା କରନ୍ତି, ତେବେ ତାଙ୍କ ପ୍ରାର୍ଥନା ମା’ଙ୍କ ପାଖରେ ପହଁଚି ପାରିବ ନାହିଁ । ସେଥିପାଇଁ ଏହି ସମୟରେ ଆମିଷ ଭୋଜନ କରନ୍ତୁ ନାହିଁ ।
– ଖାସ୍ କରି ମହିଳାମାନେ ନବରାତ୍ରି ପାଳନ କରିଥାନ୍ତି । ଏହାସହିତ ଘରର ମା’, ଭଉଣୀ, ଝିଅ, ବୋହୂଙ୍କୁ ମାତା ରାଣୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ । ସେଥିପାଇଁ ନବରାତ୍ରି ଅବସରରେ ମହିଳାମାନଙ୍କ ଅପମାନ କରିବା କଥା ନୁହେଁ । ନଚେତ୍ ମା ଦୁର୍ଗା କ୍ରୋଧିତ ହୋଇଥାନ୍ତି । ଏହାସହିତ ଆପଣଙ୍କ ମନସ୍କାମନା ପୂରଣ ହେବ ନାହିଁ ।
– ସେହିପରି ନବରାତ୍ରି ସମୟରେ କୌଣସି ମହିଳାଙ୍କ ଉପରେ ହାତ ଉଠାନ୍ତୁ ନାହିଁ,ଏହାଦ୍ୱାରା ମା’ ଦୁର୍ଗା କୋପ କରିଥାନ୍ତି । ସେଥିପାଇଁ ଏହି ଅବସରରେ କୌଣସି ମହିଳାଙ୍କ ଉପରେ ହିଂସା କରନ୍ତୁ ନାହିଁ ।
– ଯେଉଁ ଘରମାନଙ୍କରେ ନବରାତ୍ରି ସମୟରେ ମଦ ସେବନ କରାଯାଏ, ସେମାନଙ୍କ ଉପରେ ମା’ ଦୁର୍ଗା କ୍ରୋଧିତ ହୋଇଥାନ୍ତି । ଘର ଭିତରେ ନକରାତ୍ମକ ଶକ୍ତି ବଢାଇଥାଏ ମଦ । ସେଥିପାଇଁ ଏହି ସମୟରେ ମଦ ଠାରୁ ଦୂରେଇ ରୁହନ୍ତୁ । ମଦ ଭଳି ଘରେ ଧୂମ୍ରପାନ କରିବା ଉଚିତ୍ ନୁହେଁ ।
– ମାତା ରାଣୀଙ୍କ ପ୍ରିୟ ହେଉଛନ୍ତି ଛୋଟ ଶିଶୁ । ସେମାନେ ମା’ଙ୍କ ଦ୍ୱିତୀୟ ରୂପ । ଅନେକ ଲୋକ ନବରାତ୍ରି ସମୟରେ ଛୋଟ ଛୁଆଙ୍କୁ ଭୋଜନ କରାଇଥାନ୍ତି । ସେଥିପାଇଁ ନବରାତ୍ରି ଅବସରରେ ଛୋଟ ଛୁଆଙ୍କ ଉପରେ ହାତ ଉଠାନ୍ତୁନି କି ଅତ୍ୟାଚର କରନ୍ତୁ ନାହିଁ ।
– ନବରାତ୍ରିରେ ମା’ଙ୍କୁ ପୂଜା କରିବା ସମୟରେ ମନ ଶୁଦ୍ଧ ରହିବା ଉଚିତ୍ । ସେଥିପାଇଁ ଏହି ସମୟରେ ଅପଶଦ୍ଧ ବ୍ୟବହାର କରନ୍ତୁ ନାହିଁ ।