ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ସଂସ୍କୃତି ଏବଂ ପୂଜାରେ ଭଗବାନ ଶ୍ରୀଗଣେଶଙ୍କୁ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶ ମହାପ୍ରଭୁଙ୍କ ପୂଜା କରାଯାଏ । ଗଜ ବା ହାତୀ ମୁଖ ପାଇଁ ସେ ଗଜମୁଖ ବା ଗଜାନନ ନାମରେ ପ୍ରସିଦ୍ଧ । ଭଗବାନ ଗଣେଶଙ୍କର ଏହି ସ୍ୱରୂପ ବିଲକ୍ଷଣ ଏବଂ ବହୁତ ମଙ୍ଗଳକାରୀ ।
ଅପଣମାନେ ନିଶ୍ଚିତ ଗଣେଶ ମହାପ୍ରଭୁ ଗଜାନନ ହେବାର ପୌରାଣିକ ପ୍ରସଙ୍ଗ ପଢିଥିବେ ବା ଶୁଣିଥିବେ । ମାତ୍ର ଆପଣ ଜାଣିଛନ୍ତି କି ଗଣେଶଙ୍କର ମୁଣ୍ଡ କାଟ ହେବା ପରେ ସେହି ସ୍ଥାନରେ ଗଜାନନ ମୁଣ୍ଡ ଲାଗିଛି । କିନ୍ତୁ ତାଙ୍କର ଅସଲ ମୁଣ୍ଡ କୁଆଡେ ଗଲା । ତେବେ ଆସନ୍ତୁ ଜାଣିବା ଏଥି ସହ ଜଡିତ ରୋଚକ କାହାଣୀ ବିଷୟରେ..
ଗଣେଶଙ୍କର ଜନ୍ମ ସମ୍ବନ୍ଧରେ ଦୁଇଟି ପୌରାଣିକ ମାନ୍ୟତା ରହିଛି । ପ୍ରଥମ ମାନ୍ୟତା ଅନୁଯାୟୀ ଯେତେବେଳେ ମାତା ପାର୍ବତୀ ଗଣେଶଙ୍କୁ ଜନ୍ମ ଦେଲେ, ସେତେବେଳେ ଇନ୍ଦ୍ର, ଚନ୍ଦ୍ର ସହିତ ସମସ୍ତ ଦେବା-ଦେବୀ ତାଙ୍କୁ ଦର୍ଶନ କରିବା ପାଇଁ ଉପସ୍ଥିତ ହେଲେ । ସେହି ସମୟରେ ଶନି ଦେବ ମଧ୍ୟ ସେଠାରେ ପହଁଚି ଥିଲେ । ଯିଏ ଅଭିଶାପ ପାଇଥିଲେ କି ତାଙ୍କ ଦୃଷ୍ଟି ଯେଉଁଠି ପଡିବ ସେଠି କ୍ଷତି ହେବ । ସେଥିପାଇଁ ଯେତେବେଳେ ଶନିଦେବଙ୍କ ଦୃଷ୍ଟି ଗଣେଶଙ୍କ ଉପରେ ପଡିଲା ସେତେବେଳେ ଅଚାନକ୍ ଗଣେଶଙ୍କ ମସ୍ତକ ଅଲଗା ହୋଇ ଚନ୍ଦ୍ରମଣ୍ଡଳକୁ ଚାଲିଗଲା ।
ସେହିଭଳି ଦ୍ୱିତୀୟ ପ୍ରସଙ୍ଗ ମୁତାବକ, ମାତା ପାର୍ବତୀ ତାଙ୍କ ଦେହ ମଳିରୁ ଗଣେଶର ସ୍ୱରୂପ ପ୍ରସ୍ତୁତ କରୁଥିଲେ ଏବଂ ସ୍ନାନ ନସରିବା ପର୍ଯ୍ୟନ୍ତ ଗଣେଶଙ୍କୁ ଦୁଆରେ ଜଗାଇ କାହାରିକୁ ଭିତରକୁ ନଯିବା ପାଇଁ ଆଦେଶ ଦେଇଥିଲେ । ସେହି ସମୟରେ ଭଗବାନ ଶିବଙ୍କୁ ଯେତେବେଳେ ଗଣେଶ ଭିତରକୁ ଯିବା ପାଇଁ ଦେଲେ ନାହିଁ ସେତେବେଳେ ଶିବ ଭଗବାନ କ୍ରୋଧିତ ହୋଇ ଗଣେଶଙ୍କ ମସ୍ତକ କାଟ୍ କରିଥିଲେ । ସେହି ମସ୍ତକ ଚନ୍ଦ୍ରଲୋକକୁ ପଳାଇ ଥିଲା । ପରେ ଶିବ ଭଗବାନ ପାର୍ବତୀଙ୍କୁ ମନେଇବା ପାଇଁ ଗଣେଶଙ୍କ କଟା ମୁଣ୍ଡ ସ୍ଥାନରେ ହାତୀ ମୁଣ୍ଡ ଯୋଡି ଦେଇଥିଲେ ।