ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦର୍ଶକବନ୍ଧୁ ଆପଣମାନେ ଘରର ଦ୍ୱାରରେ ଶୁଭ ଏବଂ ଲାଭ ଲେଖିଥାନ୍ତି । ପ୍ରକୃତରେ ଆପଣ ଏହି ଶୁଭ ଲାଭ କାହିଁକି ଲେଖିଥାନ୍ତି ଏବଂ ଏହାର ଭଗବାନ ଶିବଙ୍କ ସହ କଣ ସମ୍ବନ୍ଧ ରହିଛି । ଏନେଇ ହୁଏତ ଖୁବ୍ କମ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ।
ଶିବପୁତ୍ର ଗଣେଶଙ୍କୁ ଦେବଗଣଙ୍କ ଅଧିପତି ଭାବେ ନିଯୁକ୍ତି କରାଯାଇଛି । ଦୁନିଆର ପ୍ରଥମ ଧର୍ମଗ୍ରନ୍ଥ ଋକବେଦରେ ମଧ୍ୟ ଭଗବାନ ଗଣେଶଙ୍କ ବିଷୟରେ ଉଲ୍ଲେଖ ଅଛି । ଋକବେଦରୁ ଗଣପତି ଶବ୍ଧ ଆସିଛି ।
ଭାରତୀୟ ଧର୍ମ ଏବଂ ସଂସ୍କୃତିରେ ଭଗବାନ ଗଣେଶ ସର୍ବପ୍ରଥମ ପୂଜନୀୟ ଏବଂ ପ୍ରାର୍ଥନୀୟ । ତାଙ୍କ ବିନା କୌଣସି ମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇନଥାଏ । ଯଦି କୌଣସି ବ୍ୟକ୍ତି ସର୍ବପ୍ରଥମେ ଗଣେଶଙ୍କ ପୂଜା ନକରି କାର୍ଯ୍ୟ ଆରମ୍ଭ କରନ୍ତି ତେବେ କାର୍ଯ୍ୟରେ ବାଧା ଉପୁଜିଥାଏ ।
ସମସ୍ତ ଧର୍ମରେ ଗଜାନନଙ୍କ ଯେକୌଣସି ରୂପରେ ପୂଜା କରାଯାଇଥାଏ । ଗଣେଶଙ୍କ ମୂର୍ତ୍ତି ବା ଫଟୋ ପାଖରେ ରିଦ୍ଧି ସିଦ୍ଧି ଏବଂ ଶୁଭ ଲାଭ ଲେଖାଯାଇଥାଏ ।
ବାସ୍ତବରେ ବିଶ୍ୱକର୍ମାଙ୍କ ପୁତ୍ରୀ ରିଦ୍ଧି ଏବଂ ସିଦ୍ଧି ହେଉଛନ୍ତି ବିଘ୍ନହର୍ତାଙ୍କର ଦୁଇ ପତ୍ନୀ । ଏହାସହିତ ସିିଦ୍ଧିଙ୍କ ଦ୍ୱାରା ‘କ୍ଷେମ’ ଏବଂ ରିଦ୍ଧିଙ୍କ ଦ୍ୱାରା ‘ଲାଭ’ ନାମକ ଦୁଇ ପୁତ୍ର ଅଛନ୍ତି । ଲୋକ ପରମ୍ପରାରେ ତାଙ୍କୁ ଶୁଭ-ଲାଭ କୁହାଯାଇଥାଏ । କୁହାଯାଏ ଶିବପୁତ୍ର ଗଣେଶଙ୍କ ଭାଇ କାର୍ତ୍ତିକେୟ ବିବାହ କରିନଥିଲେ ।
ଶୁଭ ଏବଂ ଲାଭ ଭଗବାନ ଗଣେଶଙ୍କର ପୁତ୍ର ହୋଇଥିବାରୁ ଭଗବାନ ଶିବ ହେଉଛନ୍ତି ଶୁଭ ଏବଂ ଲାଭଙ୍କ ଜେଜେବାପା ।