ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଚଳିତବର୍ଷ ସେପ୍ଟମ୍ବର ୧୦ ରେ ପାଳିତ ହେବ ଗଣେଶ ପୂଜା । ପୂଜା ପାଇବେ ଆଦ୍ୟ ପୂଜକ ଗଜାନନ । ଏହିଦିନ ଯଦି ଆପଣ ଶୁଭ ମୁହୂର୍ତ୍ତରେ ଗଣପତିଙ୍କୁ ସ୍ଥାପନା କରିବେ ତେବେ ଏହା ଆପଣଙ୍କ ପାଇଁ ଲାଭଦାୟୀ ହେବ । ସେହିପରି ପୂଜାର ଶୁଭ ମୁହୂର୍ତ୍ତ ୧୨ ଟା ୧୭ ରୁ ଆରମ୍ଭ ହୋଇ ରାତି ୧୦ ଟା ପର୍ଯ୍ୟନ୍ତ ରହିବ । ଆପଣ ଏହି ଶୁଭ ମୁହୂର୍ତ୍ତ ଅବସରରେ ଗଣପତିଙ୍କୁ ସ୍ଥାପନା କରିପାରିବେ ।
ଗଣପତିଙ୍କୁ ସ୍ଥାପନା କରିବା ପରେ ପୁରା ବିଧି ବିଧାନ ସହିତ ପୂଜା କରାଯାଇଥାଏ । ପୂଜା ସମୟରେ ଆପଣ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପିପାରିବେ । ଏହାଦ୍ୱାରା ଲାଭ ହେବ । ସେହିପରି ପ୍ରସାଦ ରୂପେ ମୋଦକ ଏବଂ ଲଡୁ ଭୋଗ ଲଗାଇ ପାରିବେ । ମାନ୍ୟତା ଅନୁସାରେ ମୋଦକ ଏବଂ ଲଡୁ ଉଭୟ ପ୍ରସାଦ ଗଣପତିଙ୍କ ପ୍ରିୟ ।