ପୁରୀ (ଏଟିଆର ବ୍ୟୁରୋ); ଆଜି ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି । ଏହି ଅବସରରେ ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । ଯାହା ବଡତଢାଉ ବେଶ ବୋଲି ମଧ୍ୟ କୁହାଯାଏ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ ।
ଶ୍ରୀଜିଉଙ୍କ ସୁନାବେଶ ସକାଳୁ ଚାଲିଛି ସମସ୍ତ ନୀତିକାନ୍ତି । ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀଜିଉମାନଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ ।
ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ନ ୫ଟାରୁ ଆରମ୍ଭ ସୁନାବେଶ । ରାତି ୧୦ଟା ଯାଏଁ ଶ୍ରୀଜିଉଙ୍କ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ । ଯଦି ନୀତିକାନ୍ତି ସଅଳ ହୁଏ ତେବେ ଅପରାହ୍ନ ୩ଟା ରୁ ବେଶ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।