ପୁରୀ (ଏଟିଆର ବ୍ୟୁରୋ): ଶ୍ରୀଗୁଣ୍ଡିଚା ମନ୍ଦିରରୁ ନବଦିନାତ୍ମକ ଯାତ୍ରା ସାରି ଗତକାଲି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଚତୁର୍ଦ୍ଧାମୂରତି । ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂରତି । ଆଜି ପବିତ୍ର ସୂନାବେଶ । ମହଣ ମହଣ ସୁନା ଅଳଙ୍କାର ମାନ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଭଣ୍ଡାର ମେକାପ, ଖୁଣ୍ଟିଆ, ପାଳିଆ, ସିଂହାରୀ, ଚାଙ୍ଗଡା ମେକାପ ସେବାୟମାନଙ୍କ ଦ୍ୱାରା ଶ୍ରୀଜିଉ ସଜେଇ ହେବେ ।
ଚଳିତବର୍ଷ କରୋନା କଟକଣା ପାଇଁ ଭକ୍ତଟିଏ ମହାପ୍ରଭୁଙ୍କ ସାମ୍ନାକୁ ଯାଇ ଦର୍ଶନ କରି ପାରିବ ନାହିଁ । କେବଳ ଟିଭି ମାଧ୍ୟରେ ଶ୍ରୀଜିଉଙ୍କର ସୂନା ବେଶକୁ ଦେଖିପାରିବେ ଭକ୍ତ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ରଥ ଉପରେ ଆଜି ଅପରାହ୍ନ ୪ ଟାରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ସୁନାବେଶ । ସୁନାରେ ସଜେଇ ହୋଇ ରାତି ୧୧ ଟା ଯାଏଁ ଦର୍ଶନ ଦେବେ ଶ୍ରୀଜିଉ । ଏହାପରେ ଅଳଙ୍କାର ମାନ ସବୁ କାଢି ଦିଆଯିବ । ଆସନ୍ତାକାଲି ଅଧରାପଣା ନୀତି ଏବଂ ୪ ତାରିଖରେ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ ।