ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସପ୍ତାହକ ସାତ ଦିନ ଯାକ ବିଭିନ୍ନ ଦେବାଦେବୀଙ୍କୁ ସମର୍ପିତ କରାଯାଇଛି । ସେହିପରି ରବିବାର ହେଉଛି ସ୍ୱୂର୍ଯ୍ୟଦେବଙ୍କ ଦିନ । ମାନ୍ୟତାନୁସାରେ ଏହିଦିନ ସୂର୍ଯ୍ୟଦେବଙ୍କୁ ପୂଜିବା ଦ୍ୱାରା ଜୀବନରେ ଯଶ, ବୈଭବ, ମାନ-ସମ୍ମାନ ଆଦି ଲାଭ ହୋଇଥାଏ । ହିନ୍ଦୁ ଧର୍ମରେ ରବିବାରର ବିଶେଷ ମହତ୍ୱ ରହିଛି । ଏହିଦିନ ସମସ୍ତଙ୍କୁ ମନ୍ଦିର ଯିବା ଉଚିତ୍ । ରବିବାର ଉପାସନା କରିବା ଦ୍ୱାରା ବ୍ୟକ୍ତି ତେଜସ୍ୱୀ ହୋଇଥାନ୍ତି ।
ଋବିବାର ସୂର୍ଯ୍ୟଦେବଙ୍କ ବ୍ରତ ଦ୍ୱାରା ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ । ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ ହୋଇଥାଏ, ଚାକିରୀ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ । ସୂର୍ଯ୍ୟଦେବ ପ୍ରସନ୍ନ ହେବା ଦ୍ୱାରା ସମସ୍ତ ଅଶୁଭ ଫଳ ମଧ୍ୟ ଶୁଭ ଫଳରେ ପରିଣତ ହୋଇଥାଏ । ସେଥିପାଇଁ ରବିବାର ସୂର୍ଯ୍ୟନମସ୍କାର କରିବା ଉଚିତ୍ । ଏହାଦ୍ୱାରା ବୁଦ୍ଧି, ବିଦ୍ୟା, ବୈଭବ, ପରାକ୍ରମ ଆଦି ପ୍ରାପ୍ତ ହୋଇଥାଏ ।
ସେହିପରି ଏଭଳି କିଛି କାମ ରହିଛି ଯାହାକୁ ରବିବାର ଭୁଲରେ କରିବା କଥା ନୁହେଁ । ଏହିଦିନ ତେଲ ଏବଂ ଲୁଣ ସେବନ କରିବା ଉଚିତ୍ ନୁହେଁ । ମଦ-ମାଂସ ଆଦି ସେବନ କରିବା ଉଚିତ୍ ନୁହେଁ । ସେହିପରି ଏହିଦିନ ତେଲ ମାଲିସ କରିବା ଉଚିତ୍ ନୁହେଁ କି ତମ୍ବା ଜିନିଷ କିଣା ବିକା କରିବା ଉଚିତ୍ ନୁହେଁ ।