ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କର ରାଜା ହେଉଛନ୍ତି ସୂର୍ଯ୍ୟ । ସ୍ୱାସ୍ୟ, ସମ୍ପତି ଏବଂ ସୁଖ-ଶାନ୍ତିର କାରକ ଗ୍ରହ ହେଉଛନ୍ତି ସୂର୍ଯ୍ୟ । ସୂର୍ଯ୍ୟଙ୍କ ଶୁଭ ଓ ଅଶୁଭ ପ୍ରଭାବ ମନୁଷ୍ୟ ଜୀବନରେ ପଡିଥାଏ । ଏପ୍ରିଲ ୧୩ ତାରିଖରୁ ମେଷ ରାଶିରେ ସୂର୍ଯ୍ୟ ପ୍ରବେଶ କରିଛନ୍ତି ଏବଂ ଏହା ମେ’ ୧୪ ପର୍ଯ୍ୟନ୍ତ ସେହି ରାଶିରେ ସୂର୍ଯ୍ୟ ରହିବେ । ଏକ ମାସ ପାଇଁ ସୂର୍ଯ୍ୟ ପ୍ରତ୍ୟେକ ରାଶିରେ ରହିଥାନ୍ତି ।
ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହେବା ଦ୍ୱାରା ରାଜା, ମନ୍ତ୍ରୀ, ମୁଖିଆ ସେନାପତି ଆଦି ଯୋଗ ହୋଇଥାଏ । ସୂର୍ଯ୍ୟଙ୍କ ଶୁଭ ପ୍ରଭାବ ଜାତକରେ ଭିତର ଆତ୍ମବିଶ୍ୱାସକୁ ବଢାଇଥାଏ । ଏହାଦ୍ୱାରା ଶକ୍ତି ମିଳିଥାଏ ।କିନ୍ତୁ ଜାତକରେ ସୂର୍ଯ୍ୟଙ୍କର ସ୍ଥିତି କମଜୋର ହେବା ଦ୍ୱାରା ଅନେକ ସମସ୍ୟା ଉପୁଜିଥାଏ । ସେଥିପାଇଁ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବାର ଉପାୟ..
ସୂର୍ଯ୍ୟଙ୍କ ଶୁଭ ପ୍ରଭାବ ପାଇଁ ନିୟମିତ ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ସେହି ଜଳରେ ଲାଲ ରଙ୍ଗରେ ଲାଲ ରଙ୍ଗର ଫୁଲ ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟରେ ‘ଓଁ ଘୃଣି ସୂର୍ଯ୍ୟାୟ ନମଃ’ ମନ୍ତ୍ର ଉଚ୍ଚାରଣ କରନ୍ତୁ । ନିୟମିତ ଏଭଳି କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହାଇଥାନ୍ତି । ଏହାଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ ।
ପ୍ରତିଦିନ ମାତା-ପିତାଙ୍କ ଚରଣ ସ୍ପର୍ଶ କରି ଆର୍ଶିବାଦ ନିଅନ୍ତୁ । ଏଭଳି କରିବା ଦ୍ୱାରା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ହେବ । ଏଭଳି କରିବା ଦ୍ୱାରା ସୂର୍ଯ୍ୟଙ୍କ ବିଶେଷ କୃପା ଲାଭ ହୋଇଥାଏ ।