ସମ୍ବଲପୁର (ଏଟିଆର ବ୍ୟୁରୋ): ଆସନ୍ତାକାଲିଠୁ ମା ସମଲେଶ୍ୱରୀ ପୀଠକୁ ମନା ପାଠ , ଗୁଟଖା । ଭକ୍ତଙ୍କୁ ପାନ ଗୁଟଖା ଖାଇ ବା ନେବା ପାଇଁ ବାରଣ କରାଯାଇଛି । ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହାସହିତ ଯଦି କୌଣସି ଭକ୍ତ ନିୟମ ନମାନି ଧରା ପଡନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ଜରିମନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।
ପ୍ରତ୍ୟେକ ଦିନ ମା ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଆସୁଛନ୍ତି । କିନ୍ତୁ ମନ୍ଦିର ପରିସରରେ ପାନ, ଗୁଟଖା ଛେପ ପକାଉଥିବାର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।