ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୨୦ ର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରୀ ୧୦ ରେ ଲାଗିବ । ଏହା ଭାରତ ବ୍ୟତିତ ଆଫ୍ରିକା, ଏସିଆ, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ବି ଦୃଶ୍ୟମାନ ହେବ । ଏହାପୂର୍ବରୁ ୨୦୧୯ର ଶେଷ ମାସରେ ମାନେ ଡିସେମ୍ବର ୨୬ରେ ସୂର୍ଯ୍ୟ ପରାଗ ଲାଗିଥିଲା । ଏହି ପରାଗ ଭାରତ ସମେତ ଦୁନିଆର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥିଲା ।
ଚଳିତ ମାସ ୧୦ ତାରିଖରେ ଲାଗିବାକୁ ଥିବା ଚନ୍ଦ୍ର ଗ୍ରହଣ ରାତି ୧୦ଟା ୩୭ ମିନିଟ୍ ରୁ ଲାଗିବ । ପ୍ରାୟତଃ ୪ ଘଣ୍ଟା ୬ ମିନିଟ୍ ଯାଏଁ ରହିବ । ଏହି ଚନ୍ଦ୍ର ଗ୍ରହଣର ପ୍ରଭାବରୁ ରକ୍ଷା ପାଇବାକୁ ହେଲେ ଏଭଳି କେଉଁ ୪ଟି ଜିନିଷ କରିବାଠାରୁ ଦୂରେଇବାକୁ ପଡିବ, ନଚେତ୍ ଆପଣ ସମସ୍ୟାରେ ପଡି ପାରନ୍ତି ।
ଅନେକ ଗବେଷଣାରେ କୁହାସରିଛି କି, ଗ୍ରହଣ ସମୟରେ ମନୁଷ୍ୟା ପାଚନ ଶକ୍ତି ଶିଥିଳ ହୋଇଯାଇଥାଏ । ଇତି ମଧ୍ୟରେ ପେଟକୁ ଦୂଷିତ ଭୋଜନ ଏବଂ ପାଣି ଯିବା ଦ୍ୱାରା ରୋଗ ହେବାର ସମ୍ଭାବନା ବଢିଯାଇଥାଏ ।
ମାନ୍ୟତା ରହିଛି କି ଗ୍ରହଣ ଲାଗିବା ପୂର୍ବରୁ ଯେଉଁ ପାତ୍ରରେ ପିଇବା ପାଣି ରଖୁଛନ୍ତି ସେଥିରେ କୁଶ ଏବଂ ତୁଳସୀ ପକାଇବା ଉଚିତ୍ ।
ସେହିପରି ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ ସର୍ତ୍ତକ ରହିବା ଉଚିତ୍, ଯେପରି ଗ୍ରହଣ ଛାଇ ସେମାନଙ୍କ ଉପରେ ନ ପଡେ । ଗ୍ରହଣ ସମୟରେ ଯେଉଁ ଛାଇ ପଡେ ତାହା ଖୁବ୍ ହାନିକାରକ ହୋଇଥାଏ । ଯାହାର ପ୍ରଭାବ ଗର୍ଭରେ ବଢୁଥିବା ଶିଶୁ ଉପରେ ପଡିଥାଏ ।
ଅନ୍ୟପଟେ ଗ୍ରହଣ ଲାଗିଥିବା ସମୟରେ ପତି-ପତ୍ନୀ ଶାରିରୀକ ସମ୍ବନ୍ଧ ରଖିବା ଉଚିତ୍ ନୁହେଁ । କୁହାଯାଏ ଏହି ସମୟରେ ଶାରିରୀକ ସମ୍ବନ୍ଧ ରଖିବା ପରେ ଯେଉଁ ଶିଶୁ ଜନ୍ମ ହୋଇଥାଏ, ତାକୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ସବୁଠାରୁ ବଡ କଥା ହେଉଛି ଗ୍ରହଣ ସମୟରେ ପୂଜା ପାଠ କରିବା ଅନୁଚିତ୍ । ସେଥିପାଇଁ ଗ୍ରହଣ ସମୟରେ ପୂଜା ଘର ବନ୍ଦ କରି ଦିଆଯାଇଥାଏ ।