ସମ୍ବଲପୁର (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏନେଇ ପ୍ରସ୍ତୁତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ସମ୍ବଲପୁରରେ ଲଗ୍ନ ସ୍ଥିର କରାଯିବ ।
ଚଳିତ ରାଶି ନକ୍ଷତ୍ର ଅନୁସାରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ୱାରା ଲଗ୍ନ ସ୍ଥିର କରାଯିବ । ସେହି ଲଗ୍ନ ଓ ନିର୍ଦ୍ଧଷ୍ଟ ସମୟରେ ମା ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ । ଏହାପରେ ପଶ୍ଚିମ ଓଡିଶାରେ ଘରେ ଘରେ ପାଳିତ ହେବ ନୂଆଖାଇ ।