ପୁରୀ (ଏଟିଆର ବ୍ୟୁରୋ): ସ୍ଥଗିତ ରହିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ମଙ୍ଗଳବାର ବସିବାକୁ ଥିବା ପରିଚାଳନା କମିଟି ବୈଠକକୁ ସ୍ଥଗିତ ରଖାଯାଇଛି । ତେବେ ବୈଠକ ସ୍ଥଗିତ ଥିବା ନେଇ କୌଣସି ନିର୍ଦ୍ଧିଷ୍ଟ କାରଣ ସ୍ପଷ୍ଟ କରିନି ଶ୍ରୀମନ୍ଦିର ପ୍ରଶାସନ ।
ମଙ୍ଗଳବାର ବସିବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବନକଲାଗି ନୀତି ବିବାଦ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା । ହେଲେ କୌଣସି କାରଣ ଯୋଗୁଁ ବୈଠକକୁ ସ୍ଥଗିତ ରଖାଯାଇଛି । ଯାହାଦ୍ୱାରା ବନକଲାଗି ନୀତି ହେବା ନେଇ ଦେଖାଦେଇଛି ଆଶଙ୍କା ।
ସୂଚନାଯୋଗ୍ୟ , ନୀଳାଦ୍ରୀବିଜେଠୁ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇନାହିଁ । ବନକଲାଗି ନୀତିକୁ ନେଇ ଲାଗି ରହିଛି ବିବାଦ ।