ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ନବଗ୍ରହଙ୍କ ରାଜକୁମାର ସଂଜ୍ଞା ଦିଆଯାଇଛି । ବୁଧ ଗ୍ରହକୁ ଜ୍ୟୋତିଷ ରେ ବୁଦ୍ଧି, ବାଣୀ , ତର୍କ କ୍ଷମତା ଏବଂ ମାନସିକ ଯୋଗ୍ୟତାର ଗ୍ରହ ବୋଲି କୁହାଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଜାତକରେ ବୁଧଦୋଷ ରହିଥାଏ । ସେ ମାନସିକ ଚିନ୍ତାଗ୍ରସ୍ତ, ରୋଗ, ବାଦ-ବିବାଦ ଆଦି ସମସ୍ୟାରେ ରହିଥାନ୍ତି । ବେଳେ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ବିଗିଡି ଯାଇଥାଏ । ସେହିପରି ବୁଧବାରକୁ ବୁଧ ଗ୍ରହଙ୍କ ଦିନ ବୋଲି କୁହାଯାଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଧବାର ଦିନ ବ୍ରତ ରଖିବା ଏବଂ କିଛି ବିଶେଷ ଉପାୟ କରିବା ଦ୍ୱାରା ବୁଧ ଗ୍ରହ ଦୋଷ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଉପାୟ..
– ବୁଧ ଗ୍ରହଙ୍କ ପ୍ରତିକାତ୍ମକ ରଙ୍ଗ ହେଉଛି ସବୁଜ । ସେଥିପାଇଁ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ବୁଧ ଦୋଷ ଦୂର ହୋଇପାରିବ ।
– ବୁଧବାର ଦିନ ଗାଇକୁ ସବୁଜ ଘାସ ଖାଇବାକୁ ଦେଇ ବୁଧ ଦୋଷ ଦୂର କରାଯାଇ ପାରିବ ।
– ବୁଧବାର ଦିନ ସବୁଜ ଗୋଟା ମୁଗ ଦାନ କରିବା ଦ୍ୱାରା ବୁଧଗ୍ରହ ମଜବୁତ ହୋଇଥାନ୍ତି ।
– ଚାନ୍ଦୀ ଜିନିଷକୁ ନିଜ ପର୍ସରେ ରଖନ୍ତୁ ଏଭଳି କରିବା ଦ୍ୱାରା ବୁଧଗ୍ରହ ସକରାତ୍ମକ ହୋଇ ରହିବେ ।
– ବୁଧ ଦୋଷ ଦୂର କରିବା ପାଇଁ ବୁଧବାର ଦିନ କିନ୍ନରଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ ।
– ଏହାସହିତ ବୁଧଙ୍କ ବିଜ ମନ୍ତ୍ର ଓଁ ବ୍ରାଂ ବ୍ରିଂ ବ୍ରୌଂ ସଃ ବୁଧାୟ ନମଃ ଜପିବା ଉଚିିତ୍ । ଏହାଦ୍ୱାରା ଜାତକରେ ଥିବା ବୁଧ ଦୋଷ ଦୂର ହୋଇଥାଏ ।