ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଟଙ୍କାର ଆବଶ୍ୟକତା ରହିଛି । ସେଥିପାଇଁ ଅନେକ ଲୋକ ଚିନ୍ତିତ ଥାନ୍ତି । ଅତ୍ୟନ୍ତ ପରିଶ୍ରମ କରିବା ସତ୍ୱେ ମଧ୍ୟ କିଛି ଲୋକଙ୍କ ପାଖରେ ଟଙ୍କା ସଞ୍ଚୟ ହୋଇ ରୁହେ ନାହିଁ । କିନ୍ତୁ ଏହାର କାରଣ କଣ ? ଏତେ ପରିଶ୍ରମ କରିବା ସତ୍ୱେ କାହିଁକି ଟଙ୍କା ପାଖରେ ରହୁନାହିଁ । ଏନେଇ କିଛି ଲୋକ ଚିନ୍ତାରେ ପଡିଯାଇଥାନ୍ତି । ଗୃହଲକ୍ଷ୍ମୀ ଦେବୀ ଘରର ମହିଳାମାନଙ୍କଠାରେ ଲଜ୍ଜା, କ୍ଷମା, ସ୍ନେହ ଏବଂ ମମତା ରୂପରେ ବିରାଜମାନ ହୋଇଥାନ୍ତି ।
ଶୁକ୍ରବାର ହେଉଛି ମା’ ଲକ୍ଷ୍ମୀଙ୍କ ବାର । ଏହି ଦିନ ଯେଉଁ ଭକ୍ତ ମା’ଙ୍କ ପୂଜା କରିଥାନ୍ତି ସେମାନଙ୍କ ପାଇଁ ସଂସାରରେ କିଛି ବି ଅପ୍ରାପ୍ୟ ହୋଇନଥାଏ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଲାଭ ହୋଇଥାଏ ।
ଶୁକ୍ରବାର ଦିନ ଯେକୌଣସି ନଦୀରେ ଯଦି ଫୁଲ ପ୍ରବାହିତ କରୁଛନ୍ତି ତେବେ ଆପଣଙ୍କ ଘରେ ସଦା ସର୍ବଦା ପାଇଁ ମା’ ଲକ୍ଷ୍ମୀ ବାସ କରିଥାନ୍ତି ।
ମା’ଲକ୍ଷ୍ମୀଙ୍କ କୃପାଲାଭ ପାଇଁ ଶୁକ୍ରବାର ଦିନ ଖୀରରେ ଚିନି ମିଶାଇ ଖୀରି ତିଆରି କରି ୫ଟି କନ୍ୟାକୁ ଖୁଆଇ ଦିଅନ୍ତୁ । ଏହାଦ୍ୱାରା ମା’ଙ୍କ କୃପାଲାଭ ହୋଇଥାଏ ।
ଏହାବ୍ୟତିତ ଆପଣ ଶୁକ୍ରବାର ଦିନ ମନ୍ଦିରକୁ ଯାଇ ଗରିବଙ୍କୁ ମିଠା ଏବଂ ଧଳା ଜିନିଷ ଦାନ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
ଶୁକ୍ରବାର ମା’ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଶଙ୍ଖ, କଉଡି ଏବଂ ପଦ୍ମ ଫୁଲ ଅର୍ପଣ କରନ୍ତୁ । ଏହା ମା’ଙ୍କ ଅତି ପ୍ରିୟ ଅଟେ ।
ଶୁକ୍ରବାର ଦିନ ଭୋଜନରେ ଯଦି ଡାଲି ସେବନ କରୁଛନ୍ତି ତେବେ ଧ୍ୟାନ ରଖିଥିବେ କି ରାନ୍ଧିବା ବେଳେ ଡାଲିରେ ଯେପରି ଘିଅ ବ୍ୟବହାର କରନ୍ତି । କାରଣ ଏଭଳି କରିବା ଦ୍ୱାରା ମା’ ପ୍ରସନ୍ନ ହେବା ସହ ଧନ ବର୍ଷା କରିଥାନ୍ତି ।