ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମାନୁଯାୟୀ ଶନିବାର ହେଉଛି ଶନିଦେବଙ୍କ ଦିନ । ଏହି ଦିନ ଶନିଦେବଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ତାଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଏ । ନ୍ୟାୟ ଦେବତା ଶନି ଆପଣଙ୍କ ସମ୍ପୂର୍ଣ୍ଣ କର୍ମର ଲେଖା ଜୋଖା ତାଙ୍କ ସହିତ ରଖିଥାନ୍ତି । ଏହାସହିତ ମନୁଷ୍ୟର କର୍ମ ଅନୁଯାୟୀ ଶନିଦେବ ତାଙ୍କୁ ଦଣ୍ଡିତ ଏବଂ ପୁରସ୍କୃତ କରିଥାନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କୁ ଏଭଳି କାମ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ୱାରା ଆପଣ ଶନିଙ୍କ ପ୍ରକୋପରୁ ରକ୍ଷା ପାଇ ପାରିବେ ।
ଶନି ମହାରାଜ ଏବଂ ପରିଶ୍ରମି ବ୍ୟକ୍ତିଙ୍କ ମଧ୍ୟରେ ଗଭୀର ସମ୍ବନ୍ଧ ରହିଛି । ଯେବେ କୌଣସି ବ୍ୟକ୍ତି କାମ ଉପରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି ତେବେ ତାଙ୍କ ଉପରେ ଶନିଦେବ ବହୁତ ପ୍ରସନ୍ନ ହୋଇଥାନ୍ତି ।
ସୂର୍ଯ୍ୟଦେବ ଏବଂ ମୃତ୍ୟୁର ସ୍ୱାମୀ ଯମଙ୍କ ପୂର୍ବପୁରୁଷ ହେଉଛନ୍ତି ଶନି । ସୂର୍ଯ୍ୟଙ୍କ ଦ୍ୱାରା ତିରସ୍କାର ମିଳିବା ଦ୍ୱାରା ଭାବନା ଏବଂ ମନର ବିପରୀତ କାର୍ଯ୍ୟ କରିଥାନ୍ତି ଶନି । ସେଥିପାଇଁ ସେ ନ୍ୟାୟର ରାଜା ମଧ୍ୟ ଅଟନ୍ତି, କାରଣ ନ୍ୟାୟାଧିଶଙ୍କୁ କୌଣସି ପ୍ରକାରର ଭାବନାରେ ବୋହି ହୋଇ ନିର୍ଣ୍ଣୟ ନେବାର ଅଧିକାର ନାହିଁ । ଶନିଦେବ ସର୍ବଦା ଛନ୍ଦ-କପଟ ରୁ ଦୂରେଇ ରହୁଥିବା ବ୍ୟକ୍ତିଙ୍କୁ ଉଚିତ୍ ନ୍ୟାୟ ଦେଇଥାନ୍ତି ।
ବର୍ତ୍ତମାନ ସମୟରେ ବ୍ୟକ୍ତି ତାଙ୍କ ଜୀବନରେ ସଫଳ ହେବା ପରେ ବି ଅନ୍ତରରୁ ଖୁସି ଅନୁଭବ କରିପାରୁ ନାହାଁନ୍ତି, କାରଣ ସଫଳତା ଏବଂ ପ୍ରସିଦ୍ଧ ପାଇଁ ଆପଣାଉ ଥିବା ଉପାୟ ବି ବେଳେ ଅନ୍ୟକୁ କ୍ଷତି ପହଁଚାଇ ଥାଏ । ସେବେଠୁ ମନୁଷ୍ୟ ଶନିଙ୍କ ନ୍ୟାୟ କ୍ଷେତ୍ରରେ ପ୍ରବେଶ କରିଥାନ୍ତି । ସେଥିପାଇଁ ମନୁଷ୍ୟ ସଫଳତା ସହିତ ମାନବୀୟ ଗୁଣର ବି ଧ୍ୟାନ ରଖିବା ଉଚିତ୍ ।
ଶନିଙ୍କୁ ପ୍ରସନ୍ନ କରିବାର ଉପାୟ:
– ଶନିବାର ଦିନ କାଉ କୁ କଳା ଜାମୁନ ଖାଇବାକୁ ଦେବା ସହ ଶନି ଚାଳିଶା ପାଠ କରନ୍ତୁ ।
– ଶନିବାର ଦିନ ରୁଟିରେ ସୋରିଶ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ।
– ବଜରଙ୍ଗୱାଲିଙ୍କୁ ପୂଜା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଗୋଟେ ଦିନରେ ଶନିଦେବ ଏବଂ ବଜରଙ୍ଗୱାଲିଙ୍କୁ ଆପଣ ପ୍ରସନ୍ନ କରିପାରିବେ ।
– ଶନିବାର ଦିନ ଏକ ପାତ୍ରରେ ସୋରିଶ ତେଲ ଢାଳି ସେଥିରେ ମୁହଁ ଦେଖନ୍ତୁ ଏବଂ ସେହି ତେଲକୁ କୌଣସି ଗରିବ ବ୍ୟକ୍ତିକୁ ଦାନ କରି ଦିଅନ୍ତୁ ।