ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚୈତ୍ର ନବରାତ୍ରୀର ଆଜି ତୃତୀୟ ଦିନ । ଏହି ଦିନ ମା’ ଦୁର୍ଗାଙ୍କର ତୃତୀୟ ସ୍ୱରୂପ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମା’ଙ୍କୁ ପୂଜା କଲା ବଳେ ଲାଲ କିମ୍ବା ସବୁଜ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ । ଏହାସହିତ ଆଜିର ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପ୍ରିୟ ଚମେଲି ଫୁଲ ଅର୍ପଣ କରିବା ଉଚିତ୍ ।
ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ଏହି ଦେବୀ ମା’ଙ୍କୁ ପୂଜା କରିବା ଦ୍ୱାରା ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଏହାସହିତ ଦେବୀଙ୍କ କୃପାରୁ ବ୍ୟକ୍ତି ନିର୍ଭିକ ଏବଂ ପରାକ୍ରମୀ ହୋଇଥାନ୍ତି ।
ମା’ଙ୍କର ଲଲାଟରେ ଅର୍ଦ୍ଧଚନ୍ଦ୍ର ଆକାରର ଘଣ୍ଟା ହେବା ଯୋଗୁଁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଇଥାଏ । ଏହିଦିନ ଦେବୀଙ୍କ କୃପା ଲାଭ ପାଇଁ ଏବଂ ମନସ୍କାମନା ପୂରଣ ପାଇଁ ୧୧ ଟି ଛୋଟ ଘଣ୍ଟି ଚଢାନ୍ତୁ ଏବଂ ସେହି ଘଣ୍ଟିକୁ ବଜାନ୍ତୁ ।
ମା’ ଦୁର୍ଗାଙ୍କ ଏହି ସ୍ୱରୂପଙ୍କ କଥା ବି ଭଗବାନ ଶିବଙ୍କ ସହ ଜଡିତ । ଯେତେବେଳେ ଭଗବାନ ଶିବ ଦେବୀ ସତୀଙ୍କ ସହ ବିବାହ କରିବା ପାଇଁ ବରଯାତ୍ରୀ ରେ ବାହାରିଥିଲେ ସେହି ସମୟରେ ସାଥୀରେ ଭୂତ ପ୍ରେତକୁ ସାଥୀରେ ନେଇ ଶିବ ଅଘୋଡ ରୂପରେ ବିଭୁତି ଲଗାଇ, ବଡ ବଡ ଜଟା ରଖି , ବେକରେ ସର୍ପ ମାଳ ପକାଇ ଥିଲେ । ଶିବଙ୍କର ଏହି ରୂପକୁ ସତୀଙ୍କର ମା’ ଦେଖି ମୂର୍ଚ୍ଛା ହୋଇ ପଡିଥିଲେ ଏବଂ ସମସ୍ତେ ଡରି ଯାଇଥିଲେ ।
ଏହାପରେ ଭଗବାନ ଶିବଙ୍କୁ ତାଙ୍କର ନିର୍ମଳ ରୂପରେ ଆସିବା ପାଇଁ ଦେବୀ ସତୀ ଅନୁରୋଧ କରିଥିଲେ । ଦେବୀ ସତୀଙ୍କ ଅନୁରୋଧକୁ ଶିବ ସ୍ୱିକାର କରିବା ଯୋଗୁଁ ,ଦେବୀ ଜଗଦମ୍ବା କ୍ରୋଧିତ ହୋଇ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥିଲେ । ଏହାପରେ ତାଙ୍କର ଘଣ୍ଟିର ଧ୍ୱନି ସମ୍ପୂର୍ଣ୍ଣ ବାତାବରଣରେ ଗୁଞ୍ଜରିତ ହୋଇଥିଲା । ସେହି ନିର୍ମଳ ଏବଂ ଶୀତଳ ଧ୍ୱନିରେ ସମ୍ପୂର୍ଣ୍ଣ ବାତାବରଣ ସୁଗମ ହୋଇଗଲା । ଏହାପରେ ଭଗବାନ ଶିବ ସାଧାରଣ ରୂପରେ ଆସି ବିବାହ ରଚିଥିଲେ ।