ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ମହାଦେବଙ୍କର ପୂଜା-ଅର୍ଚ୍ଚନାର ସବୁଠାରୁ ବଡ ଉତ୍ସବ ହେଉଛି ଶ୍ରାବଣ । ପ୍ରତିବର୍ଷ ଏହି ମାସକୁ ଅପେକ୍ଷା କରି ରହିଥାନ୍ତି ଶିବ ଭକ୍ତ । ଚଳିତ ବର୍ଷ ଏକ ମାସ ନୁହେଁ ଦୁଇ ମାସ ପାଳନ ହେବ ଶ୍ରାବଣ । କାରଣ ଏଥର ପଡୁଛି ଯୋଡା ଶ୍ରାବଶ ୪ ସୋମବାର ବଦଳରେ ୮ ସୋମବାର ବ୍ରତ ରଖିବେ ଭକ୍ତ । ଦୀର୍ଘ ୧୯ ବର୍ଷ ପରେ ପଡୁଛି ଏଭଳି ଦୁର୍ଲଭ ସଂଯୋଗ । ଏଥର ଶ୍ରାବଣରେ ଅନେକ ଶୁଭ ସଂଯୋଗ ହେବାକୁ ଯାଉଛି ।
ଶ୍ରାବଣ ମାସରେ ଶଶ ରାଜଯୋଗ, ଗଜକେସରୀ ଯୋଗ, ଲକ୍ଷ୍ମୀନାରାୟଣ ଯୋଗ ଏବଂ ବୁଦ୍ଧାଦିତ୍ୟ ଯୋଗର ନିର୍ମାଣ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଯୋଗ ହେବା ଦ୍ୱାରା ଶ୍ରାବଣ ମାସରେ କିଛି ରାଶିର ବ୍ୟକ୍ତଙ୍କ ଧନଲାଭ ଏବଂ ଭାଗ୍ୟବୃଦ୍ଧି ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ..
ଜ୍ୟୋତିଷ ଗଣନା ଅନୁଯାୟୀ ସିଂହ ରାଶି ପାଇଁ ଶ୍ରାବଣ ମାସ ବହୁତ ଶୁଭ । ଭାଗ୍ୟର ସଠିକ ସାଥ୍ ମିଳିବା ଦ୍ୱାରା ସମସ୍ତ ପ୍ରକାରର ଯୋଜନା ଖୁବ୍ ଶୀଘ୍ର ପୁରା ହେବ । ଧନଲାଭ ହେବ । ଯେଉଁମାନେ ଚାକିରିଆ ତାଙ୍କ ପାଇଁ ଏହି ମାସ ଖୁବ୍ ଶୁଭ । ବ୍ୟବସାୟରେ ମଧ୍ୟ ଲାଭ ହେବ ।
ଏହି ଶ୍ରାବଣ ମାସରେ ତୁଳା ରାଶି ଉପରେ ମହାଦେବଙ୍କ ବିଶେଷ କୃପା ରହିବ । କ୍ୟାରିଅର ଓ ବ୍ୟବସାୟରେ ଲାଭ ହେବ । ପୈତୃକ ସମ୍ପତି ବିକା-କିଣା ରେ ମଧ୍ୟ ଲାଭ ପ୍ରାପ୍ତ ହେବ । ଚାକିରିରେ ପ୍ରମୋଶନ ହେବାର ସଂକେତ ମିଳିପାରେ । ବକେୟା ରାଶି ପ୍ରାପ୍ତ ହେବାର ସମ୍ଭାବନା । କୋର୍ଟ-କଚେରି ମାମଲାରେ ସଫଳତା ମିଳିବ ।
ଶ୍ରାବଣ ମାସରେ ଧନୁ ରାଶି ଉପରେ ମହାଦେବଙ୍କ ବିଶେଷ କୃପା ରହିବ । ଆର୍ଥିକ ମାମଲାରେ ଏହି ମାସ ଶୁଭ । ବୈବାହିକ ଜୀବନ ସୁଖମୟ ହେବ । ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ।