ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ କି ମୃତ୍ୟୁ ପରେ ମନୁଷ୍ୟକୁ ସ୍ୱର୍ଗ କିମ୍ବା ନର୍କ ପ୍ରାପ୍ତ ହୋଇଥାଏ । କୁହାଯାଏ କି ଯଦି ମନୁଷ୍ୟ କିଛି ଭଲ କର୍ମ କରେ ତେବେ ତାକୁ ସ୍ୱର୍ଗରେ ସ୍ଥାନ ମିଳିଥାଏ, ସେହିପରି ଖରାପ କାମ କଲେ ନର୍କ ଭୋଗ କରିବାକୁ ପଡେ । ଆଜ୍ଞା ହଁ ହିନ୍ଦୁ ଧର୍ମ ସହିତ ଅନ୍ୟ ଧର୍ମ ମୁତାବକ ମୃତ୍ୟୁ ପରର ସ୍ଥିତି ମନୁଷ୍ୟର ଆତ୍ମା ହିଁ ସ୍ଥିର କରିଥାଏ । ଯାହା କର୍ମ ଅନୁସାରେ ହିଁ ମନୁଷ୍ୟକୁ ଫଳ ପ୍ରାପ୍ତି ହୁଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଗରୁଡ ପୁରାଣରେ ଲିଖିତ ଅଛି ଯେ, ମନୁଷ୍ୟର କେଉଁ ପ୍ରକାରର ପାପ ପାଇଁ ନର୍କରେ କିଭଳି ଦଣ୍ଡ ଦିଆଯାଇଥାଏ । ତେବେ ଆସନ୍ତୁ ଜାଣିବା..
- କୁହାଯାଏ ଗୋହତ୍ୟା ବ୍ୟକ୍ତିଙ୍କୁ ମହାବିଚି ନାମକ ନର୍କରେ ସ୍ଥାନ ମିଳିଥାଏ । ଯେଉଁଠି ବିଭିନ୍ନ ପ୍ରକାରର ରକ୍ତ ଏବଂ ବଡ ବଡ ଲୁହା କଣ୍ଟା ଲଗାଯାଇଥାଏ, ଏହାକୁ ସହି ହୁଏ ନାହିଁ ।
- ଯେଉଁ ବ୍ୟକ୍ତି ସୁଧ ବେପାର କରନ୍ତି ସେମାନଙ୍କୁ ମୃତ୍ୟୁ ପରେ ବିଛୁଓ ନାମକ ନର୍କକୁ ପଠାଇ ଯିଆଯାଇଥାଏ । ଯେଉଁଠି ସେମାନଙ୍କ ପରିସ୍ଥିତି ବେକାର ହୋଇଯାଏ ।
- ଯେଉଁ ବ୍ୟକ୍ତି ପିତୃପୁରୁଷଙ୍କ ପିଣ୍ଡଦାନ କରନ୍ତି ନାହିଁ ସେମାନଙ୍କୁ ଅଳିଆ ଆବର୍ଜନା ନର୍କକୁ ପଠାଯାଏ । ଯେଉଁଠି ସେମାନଙ୍କ ଅବସ୍ଥା ଦେଖି ହୁଏନି ।
- ଯେଉଁ ବ୍ରାହ୍ମଣ ମଦ୍ୟପାନ କରନ୍ତି ସେମାନେ ନର୍କରେ ନିଆଁରେ ଛଟପଟ ହୁଅନ୍ତି ।
- ଯେଉଁ ବ୍ୟକ୍ତି ନିଜ ପିତା-ମାତା ଏବଂ ବନ୍ଧୁର ହତ୍ୟାକରୀ ସେମାନଙ୍କୁ ପୋକ ଜୋକ ଭରା ନର୍କକୁ ପଠାଯାଇଥାଏ ।
- ଯେଉଁ ବ୍ୟକ୍ତି ଦାନ ଦେବା ପରେ ସ୍ୱୀକାର କରନ୍ତି ନାହିଁ ସେମାନେ ଅଗ୍ନିକୁଣ୍ଡରେ ଛଟପଟ ହୁଅନ୍ତି ।