ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିକୁ ରକ୍ଷା ବନ୍ଧନ ପର୍ବ ଭାବେ ପାଳନ କରାଯାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ,ଯଦି ଆପଣ ଆପଣଙ୍କ ଭାଇଙ୍କ ରାଶି ଅନୁଯାୟୀ ତାଙ୍କୁ ରାକ୍ଷୀ ବାନ୍ଧିବେ ତେବେ ଆପଣଙ୍କ ଭାଇଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ ।
ମେଷ ରାଶି: ଯଦି ଆପଣଙ୍କ ଭାଇଙ୍କର ମେଷ ରାଶି ତେବେ ତାଙ୍କୁ ଲାଲ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ମେଷ ରାଶି ବ୍ୟକ୍ତିଙ୍କ ଉପରେ ମଙ୍ଗଳ ଗ୍ରହର ପ୍ରଭାବ ରହିଥାଏ । ସେଥିପାଇଁ ଲାଲ ରଙ୍ଗର ରାକ୍ଷୀ ଶୁଭ ହୋଇଥାଏ ।
ବୃଷଭ: ଯଦି ଆପଣଙ୍କ ଭାଇଙ୍କ ରାଶି ବୃଷଭ ତେବେ ତାଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହି ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କ ଜୀବନରେ ସଫଳତା ଆଣିବ ।
ମିଥୁନ : ମିଥୁନ ରାଶିର ଭାଇଙ୍କ ପାଇଁ ସବୁଜ ରଙ୍ଗର ରାକ୍ଷୀ ଶୁଭ । କାରଣ ଏହି ରାଶି ଉପରେ ବୁଧଙ୍କ ପ୍ରଭାବ ଥାଏ । ସେଥିପାଇଁ ସବୁଜ ରଙ୍ଗ ଅଧିକ ପ୍ରଭାବଶାଳୀ ।
କର୍କଟ: ଏହି ରାଶିର ଭାଇଙ୍କ ପାଇଁ ଧଳା ରଙ୍ଗର ରାକ୍ଷୀ ଚୟନ କରନ୍ତୁ । ଏହି ରାଶି ଉପରେ ଚନ୍ଦ୍ରଙ୍କ ପ୍ରଭାବ ଥାଏ । ଏହି ରାଶିର ବ୍ୟକ୍ତି ପାଇଁ ଧଳା ରଙ୍ଗ ଶୁଭ ।
ସିଂହ: ଯଦି ଆପଣଙ୍କ ଭାଇଙ୍କ ରାଶି ସିଂହ ତେବେ ତାଙ୍କୁ ଲାଲା ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ ।ସିଂହ ରାଶିରେ ସୂର୍ଯ୍ୟଙ୍କ ବାସ । ସେଥିପାଇଁ ଲାଲ ବା ହଳଦିଆ ରଙ୍ଗର ରାକ୍ଷୀ ଶୁଭ ।
କନ୍ୟା: ଏହି ରାଶିର ଭାଇଙ୍କ ପାଇଁ ଗାଢା ସବୁଜ ରଙ୍ଗର ରାକ୍ଷୀ ଚୟନ କରନ୍ତୁ । କାରଣ କନ୍ୟା ରାଶି ଉପରେ ବୁଧଙ୍କ ପ୍ରଭାବ ଥାଏ । ଏହାଦ୍ୱାରା ଆପଣଙ୍କ ଭାଇଙ୍କର ଅଟକି ଯାଇଥିବା କାର୍ଯ୍ୟ ହେବାର ସମ୍ଭାବନା ଥାଏ ।
ତୁଳା: ଯଦି ଆପଣଙ୍କ ଭାଇଙ୍କ ରାଶି ତୁଳା ତେବେ ତାଙ୍କୁ ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧି ପାରିବେ । ତୁଳା ରାଶିର ସ୍ୱାମୀ ହେଉଛନ୍ତି ଶକ୍ର । ସେଥିପାଇଁ ଗୋଲାପୀ ରଙ୍ଗ ଆପଣଙ୍କ ଭାଇ ଜୀବନରେ ଖୁସୀ ଆଣିବ ।
ବିଛା: ଏହି ରାଶିର ଭାଇଙ୍କ ହାତରେ ମେରୁନ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହି ରାଶିରେ ମଙ୍ଗଳଙ୍କ ବାସ । ସେଥିପାଇଁ ମେରୁନ ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କ ଉପରକୁ ଆସୁଥିବା ସଙ୍କଟକୁ ଦୂର କରିଥାଏ ।
ଧନୁ : ଯଦି ଆପଣଙ୍କ ଭାଇଙ୍କର ଧନୁ ରାଶି ତେବେ ତାଙ୍କ ହାତରେ ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହି ରାଶି ଉପରେ ଶୁକ୍ରଙ୍କ ପ୍ରଭାବ ରହିଥାଏ । ସେଥିପାଇଁ ହଳଦିଆ ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କ ପାଇଁ ସଫଳତା ଆଣିଦେବ ।
ମକର: ଏହି ରାଶିର ଭାଇଙ୍କ ହାତରେ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହି ରାଶି ଉପରେ ଶନିଙ୍କ ପ୍ରଭାବ ରହିଥାଏ । ସେଥିପାଇଁ ନୀଳ ରଙ୍ଗ ଆପଣଙ୍କ ଭାଇଙ୍କ ଜୀବନରେ ସଫଳତା ଆଣିବ ।
କୁମ୍ଭ: ଏହି ରାଶିର ଭାଇଙ୍କ ହାତରେ ଗାଢା ସବୁଜ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହି ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କୁ ଜୀବନରେ ରକ୍ଷା କରିବ ।
ମୀନ: ଯଦି ଆପଣଙ୍କ ଭାଇଙ୍କ ରାଶି ମୀନ ତେବେ ତାଙ୍କ ହାତରେ ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହି ରଙ୍ଗ ଆପଣଙ୍କ ଭାଇଙ୍କୁ ରୋଗରୁ ଦୂର କରିବ ।