ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଫାଲ୍ଗୁନ ମାସ । କୁହାଯାଏ କି ଏହି ମାସରେ ବାତାବରଣ ଶୁଦ୍ଧ ରହିଥାଏ । ଧାର୍ମିକ ଦୃଷ୍ଟ କୋଣରୁ ଦେଖିବାକୁ ଗଲେ ଫାଲ୍ଗୁନ ମାସକୁ ଶୁଭ ମାସ ବୋଲି କୁହାଯାଏ । ଏହି ମାସ ଭଗବାନ ଶିବ, ଶ୍ରୀକୃଷ୍ଣ ଏବଂ ଚନ୍ଦ୍ରଦେବଙ୍କ ପୂଜା-ଉପାସନାର ମାସ । ସେହିପରି ଧାର୍ମିକ ଶାସ୍ତ୍ରରେ ଫାଲ୍ଗୁନ ମାସକୁ ନେଇ କିଛି ନିୟମ ରହିଛି । ଯାହାକୁ ପାଳନ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା..
-ଫାଲ୍ଗୁନ ମାସ ଆରମ୍ଭରୁ ଶୀତ କମିବା ସହ ଗରମ ଆରମ୍ଭ ହୋଇଯାଏ । ଏହି ମାସରେ ସାଧାରଣ ଜଳରେ ସ୍ନାନ କରିବା ଉଚିତ୍ ।
-ଏହି ମାସରେ ଅଧିକ ଫଳାହାର କରିବା ଉଚିତ୍ । କମ ଅନ୍ନ ସେବନ କରିବା ଉଚିତ୍ ।
-ଏହି ମାସରେ ଭଗବାନ ଶିବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ନିୟମିତ ଉପାସନା କରିବା ଉଚିତ୍ । ଏହାସହିତ ପୂଜାରେ ଅଧିକ ଫଳ ବ୍ୟବହାର କରିବା ଉଚିତ୍ ।
-ଏହି ମାସରେ ମଦ-ମାଂସଠୁ ଦୂରେଇ ରହିବା ଉଚିତ୍ । ଏହାବ୍ୟତିତ ନିଜ ବାଣୀ ଉପରେ ସଂୟମ ରଖିବା ସହ କ୍ରୋଧଠୁ ଦୂରେଇ ରହିବା ଉଚିତ୍ ।
-ଆନନ୍ଦ ଓ ଉଲ୍ଲାସର ମାସ ହେଉଛି ଫାଲ୍ଗୁନ । ମାନ୍ୟତା ରହିଛି କି ବସନ୍ତ ଋତୁ ଯୋଗୁଁ ଏହି ମାସରେ ଲୋକଙ୍କ ପ୍ରେମ ସମ୍ବନ୍ଧ ଏବଂ ବ୍ୟକ୍ତିଗତ ସମ୍ବନ୍ଧରେ ସୁଧାର ଆସେ ।