ପୁରୀ (ଏଟିଆର ବ୍ୟୁରୋ): ଆଜି ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।
କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ବୈଠକରେ ଅନୁମୋଦନ ଦିଆଯିବ । ଏହାସହିତ ଶୃଙ୍ଖଳିତ ନୀତିକାନ୍ତି ଏବଂ ସମୟାନୁସାରେ ସ୍ୱତନ୍ତ୍ର ବାଳଭୋଗ କରାଯିବା ନେଇ ଆଲୋଚନା ହେବ ।
ସେହିପରି ହବିଷିଆଳିଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ନୀତି ଏବଂ ମହାପ୍ରସାଦ ଯୋଗାଣ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ । ସେପଟେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ସଂକ୍ରାନ୍ତରେ ନିଷ୍ପତି ନିଆଯିବ ।