ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…..ବରଷକେ ଥରେ ରଜ ଆସିଛି ସତ କିନ୍ତୁ ଫିକା ପଡିଛି ମଉଜ । ଗାଁଠୁ ନେଇ ସହରର ଗଳି କନ୍ଦିରେ କେଉଁଠି ବି ସୁଭିବାକୁ ମିଳୁନି ରଜ ମଉଜ ଗୀତ । ସବୁଠି ଖାଁ ଖାଁ । କରୋନା ପାଇଁ ସବୁ କିଛି ଫିକା ପଡିଛି । ଆଜ୍ଞା ହଁ ଆଜି ହେଉଛି ଓଡିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବ । ତଥା ପହିଲି ରଜ ।
ଚାରିଦିନ ଯାକ ପାଳନ ହେବାକୁ ଥିବା ଏହି ପର୍ବର ପ୍ରଥମ ଦିନକୁ ପହିଲି ରଜ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ରଜ ସଂକ୍ରନ୍ତି, ତୃତୀୟ ଦିନକୁ ଭୂମି ଦହନ ଏବଂ ଚତୁର୍ଥ ଦିନକୁ ବସୁମାତା ସ୍ନାନ ବୋଲି କୁହାଯାଇଥାଏ ।
ନିରାଡମ୍ବର ଭାବେ ପାଳିତ ହେଉଛି ପହିଲି ରଜ । କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ କୁମାରୀମାନେ ଘରେ ରହି ରଜ ପାଳୁଛନ୍ତି । ବାହାରକୁ ଯାଇ ପାରୁ ନାହାନ୍ତି କି ସାଙ୍ଗସାଥୀ ଏକାଠି ମେଳି ହୋଇ ବୁଲାବୁଲି କରି ପାରୁନାହାନ୍ତି । କିନ୍ତୁ ପରମ୍ପରା ମୁତାବକ, ଘରେ ରହି ନୂତନ ବସ୍ତ୍ର ପିନ୍ଧ ସଜବାଜ ହୋଇ ପିଠାପଣା ଖାଇ ରଜ ପାଳୁଛନ୍ତି କୁମାରୀ ।