(ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ସାମ୍ବ ଦଶମୀ । ଏହି ଅବସରରେ ଆଜି ସକାଳୁ ସକାଳୁ ମହିଳାମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସହିତ ଅର୍ଘ୍ୟ ଅର୍ପଣ କରିଛନ୍ତି । ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ମହିଳା ମାନେ ବାଇଗଣ ପତ୍ର ଉପରେ ପିଠା ଓ ମାନସୀକ ଭୋଗ ଅର୍ପଣ କରିଛନ୍ତି । ଶାମ୍ବଦଶମୀ ହେଉଛି ସୂର୍ଯ୍ୟ ଦେବତାଙ୍କ ପୂଜା । ଏହି ପୂଜାରେ ମହିଳାମାନେ ନିଜ ନିଜ ପିଲାମାନଙ୍କ ଶୁଭ ମନାସୀ ମାନସିକ କରିଥାନ୍ତି ।
ଆଜି ଦିନରେ ବିଭିନ୍ନ ସ୍ଥାନରେ ବଳିପ୍ରଥା ମଧ୍ୟ ରହିଛି । ଶାମ୍ବ ଦଶମୀ ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୋଇଥାଏ । ଆଜିର ଦିନରେ ଘରେ ପିଠା ପଣା ମଧ୍ୟ କରାଯାଇଥାଏ । ବିଶେଷ କରି ଘଡଘଡିଆ ତରକାରୀ ପ୍ରସ୍ତୁତ କରାଯାଇଥାଏ ।