ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କିଛି ଲୋକ ସବୁ ବେଳେ କହିଥାନ୍ତି ରୋଜଗାର ଏତେ ଅଧିକ ହେଉଛି ତଥାପି ଟଙ୍କା ପାଖରେ ରହୁନାହିଁ । ଏ ହାତରେ ଆସୁଛି ସେ ହାତରେ ଚାଲି ଯାଉଛି । ଯାହାଫଳରେ ଦରକାର ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ । ଏଥିପାଇଁ କେତେ ଲୋକ ବଡବଡ ପଣ୍ଡିତ ଜ୍ୟୋତିଷଙ୍କ ସହିତ ମଧ୍ୟ ଏ ନେଇ ପରାମର୍ଶ କରିଥାନ୍ତି । ଘରେ ଟଙ୍କାକୁ ନେଇ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।
ତେବେ ଏହିପରି ସମସ୍ୟାର ସମାଧାନ କରିବା ପାଇଁ ଆମେ ଏବେ ଆପଣଙ୍କୁ ଜଣାଇବୁ କିଛି ଗୁରୁତ୍ୱପୂର୍ଣ୍ଣ କଥା । ଯାହା ଆପଣଙ୍କର ଏହି ସମସ୍ୟାକୁ ଦୂର କରିବ । ପ୍ରଥମେ ଆପଣଙ୍କୁ ଜାଣିବାକୁ ପଡିବ ଜ୍ୟେତିଷ ଶାସ୍ତ୍ର୍ରରେ କେଉଁ ଗ୍ରହ ଧନ ପ୍ରାପ୍ତିର ହୋଇଥାଏ । ଯଦି ଆପଣଙ୍କ କୁଣ୍ଡଳିରେ ବୁଧ କମଜୋର ଅଛି ତ ଆପଣ କେବେ ହେଲେ ଧନ ସଞ୍ଚୟ କରି ପାରିବେ ନାହିଁ ।
ଯେଉଁ ବ୍ୟକ୍ତିର ବୁଦ୍ଧ ଏବଂ ବୃହଷ୍ପତି ମଜଭୁତ ହୋଇଥାଏ ସେ ଧନ ସଞ୍ଚୟ କରିପାରେ । ତ ଏଥିପାଇଁ ଆପଣ ଶନିବାର ଦିନ କିଛି ଗରିବ ଅସହାୟ ଲୋକଙ୍କୁ ଦାନ କରନ୍ତୁ ଯାହା ଆପଣଙ୍କ ପାଇଁ ମଙ୍ଗଳ ହେବ । ସେହିଭଳି ରୋଷେଇ ଘରକୁ ସବୁ ବେଳେ ସଫା ସୁତୁରା ରଖିବା ଦରକାର । ଯାହାଫଳରେ ଲକ୍ଷ୍ମୀଙ୍କ ଶୁଭଦୃଷ୍ଟି ଆପଣଙ୍କ ଘର ଉପରେ ପଡିବ । ଏହି ଦୁଇ ନିୟମକୁ ଯଦି ଆପଣ ମାନୁଛନ୍ତି ତ ଆପଣଙ୍କର ଅଭାବ ଦୂର ହେବା ସହିତ ଆପଣ ଧନ ସଞ୍ଚୟ କରି ପାରିବେ ।