ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହିଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ତାଙ୍କ କୃପାରୁ ସମସ୍ତ କଷ୍ଟ ନିବାରଣ ହୋଇଥାଏ । ସେହିପରି ଏହିଦିନ କିଛି ଉପାୟ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଧନ ପ୍ରାପ୍ତି ଏବଂ ମନସ୍କାମନା ପୂର୍ତ୍ତି ପାଇଁ ମଙ୍ଗଳବାର ଉପାୟ ।
– ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଲାଲ ରଙ୍ଗର ରୁମାଲ ଅର୍ପିତ କରନ୍ତୁ । ପୂଜା ପରେ ସେହି ରୁମାଲକୁ ନିଜ ପାଖରେ ରଖନ୍ତୁ । ଯେତେବେେଳେ କୌଣସି କାର୍ଯ୍ୟ ପାଇଁ ବାହାରିବେ ସେତେବେଳେ ସେହି ରୁମାଲକୁ ସାଥୀରେ ନେଇ ଯାଆନ୍ତୁ । କିନ୍ତୁ ଧ୍ୟାନ ରଖିଥିବେ କି ସେହି ରୁମାଲକୁ ଯେପରି ଅନ୍ୟ କୌଣସି କାମରେ ବ୍ୟବହାର ନକରନ୍ତି । ଏହାଦ୍ୱାରା ହନୁମାନଙ୍କ କୃପାରୁ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ ।
– ଗୋଟେ ମାଟି ପାତ୍ରରେ ଗହମ ଏବଂ ୫ଟି ଲାଲ ଫୁଲ ରଖି ଘର ଛାତର ପୂର୍ବ କୋଣରେ ଘୋଡେଇ ରଖିଦିଅନ୍ତୁ । ଧ୍ୟାନ ରଖିଥିବେ ସେହି ପାତ୍ରକୁ ସପ୍ତାହ ପର୍ଯ୍ୟନ୍ତ ଯେପରି କେହି ଛୁଇଁବେ । ଏହାପରେ ଆଗାମୀ ମଙ୍ଗଳବାର ମାଟି ପାତ୍ରରେ ଥିବା ଗହମକୁ ଛାତରେ ବିଞ୍ଚି ଦିଅନ୍ତୁ ଏବଂ ଫୁଲକୁ ପୂଜା ଘରେ ରଖିଦିଅନ୍ତୁ ।
– ମଙ୍ଗଳବାର ଦିନ ତମ୍ବା, କେସର, କସ୍ତୁରୀ, ଗହମ, ଲାଲ ଚନ୍ଦନ, ଲାଲ ଗୋଲାପ, ସିନ୍ଦୁର, ମହୁ, ଲାଲ ଫୁଲ, ମସୁର ଡାଲି, ଲାଲ କନିଆର ଫୁଲ ଆଦି ଦାନ କରିବା ଉଚିତ୍ । ଏହାଦ୍ୱାରା ଆପଣଙ୍କ ମଙ୍ଗଳ ମଜବୁତ ହୋଇଥାଏ ।
– ଯଦି ଆପଣ ଧନ ଅଭାବକୁ ଦୂର କରିବାକୁ ଚାହୁଁଛନ୍ତି ତେବେ କୌଣସି ମଙ୍ଗଳବାର ଦେବୀ ମନ୍ଦତରରେ ପତକା ଲଗାନ୍ତୁ ଏବଂ ସୁଖ ସମୃଦ୍ଧିର ପ୍ରାର୍ଥନା କରନ୍ତୁ । ଏହି ଉପାୟକୁ ଲଗାତର ଭାବେ ପାଞ୍ଚ ମଙ୍ଗବାର କରିବା ଉଚିତ୍ । ଏଭଳି କରିବା ଦ୍ୱାରା ଧୀରେ ଧୀରେ ଧନ ଅଭାବ ଦୂର ହୋଇଥାଏ ।