ପୁରୀ (ଏଟିଆର ବ୍ୟୁରୋ): ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ଯୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ମହାମାରୀ କରୋନା ପାଇଁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବର ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲାଗି ପଡିଛନ୍ତି କାରିଗର । ତେବେ ଆସନ୍ତୁ ଜାଣିବା ଏବେ ପର୍ଯ୍ୟନ୍ତ ରଥ ନିର୍ମାଣ କେତେ କାମ ଶେଷ ହୋଇଛି ।
ଏପର୍ଯ୍ୟନ୍ତ ତିନୋଟି ରଥର ମୋଟ ୪୨ ଚକ ମଧ୍ୟରୁ ୧୯ ଟି ଚକ କାମ ଶେଷ ହୋଇଛି । ସେହିପରି ତାଳଧ୍ୱଜ ରଥର ୧୨ ଟି ଯୋଖା କାମ ଶେଷ ହୋଇଥିବା ବେଳେ ଆଉ ୪ ଟି ଯୋଖା କାମ ବାକି ରହିଛି । ଦର୍ପଦଳନ ରଥର ୧୧ ଟି ଯୋଖା ଶେଷ ହୋଇଛି ଆଉ ଗୋଟେ ଯୋଖା କାମ ଜାରି ରହିଛି । ନନ୍ଦିଘୋଷ ରଥର ୧୩ ଟି ଯୋଖା କାମ ସମ୍ପୂର୍ଣ୍ଣ ହୋଇଛି ଏବଂ ଆଉ ୩ଟି ଯୋଖା କାମ ଚାଲିଛି ।
ଅନ୍ୟପଟେ ତିନୋଟି ରଥର ଦୁଇଟି ଲେଖାଁଏ ସାନ ଉଛୁଳା ଅଖ କାମ ଶେଷ ହୋଇଛି । ଏହାସହିତ ୩ ରଥର ୯ ଟି ଲେଖାଏଁ ଜଳଯନ୍ତ୍ର ସମ୍ପନ୍ନ ହୋଇଛି । ସେହିପରି ଆଜିଠାରୁ ରଥଖଳାରେ ଆରମ୍ଭ ହେବ ଚାରିନାହାକା କାର୍ଯ୍ୟ ।