ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବ ପ୍ରତ୍ୟେକ ପରିସ୍ଥିତିରେ ଭକ୍ତଙ୍କ ଉପରେ ଖୁସି ଥାନ୍ତି । ତାହାସହିତ ଅଜଣାତରେ ଭକ୍ତଙ୍କ ଦ୍ୱାରା ହୋଇଥିବା ଭୁଲ୍ କୁ ଶିବ ମହାପ୍ରଭୁ କ୍ଷମା କରି ଦେଇଥାନ୍ତି । ସେଥିପାଇଁ ତାଙ୍କୁ ଭୋଳାନାଥ, ଭୋଲେବାବା ନାମରେ ଉଚ୍ଚାରଣ କରାଯାଇଥାଏ ।
ସେହିଭଳି ଯଦି ଆପଣ ପୁରା ବିଧି ବିଧାନ ସହ ପୂଜା କରୁଛନ୍ତି, ତେବେ ଶିବଙ୍କ ପୂଜାରେ ଏଭଳି କିଛି ଜିନିଷ ଅର୍ପଣ କରନ୍ତୁ । ଯାହା ଅନ୍ୟ କୌଣସି ଭଗବାନଙ୍କୁ ଅର୍ପଣ କରାଯାଉନଥିବ । ଯେପରିକି ବେଲପତ୍ର, ଭାଙ୍ଗ ଆଦି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କିଭଳି ଭଗବାନ ଶିବଙ୍କୁ ପ୍ରଶନ୍ନ କରିବେ ।
ଭୋଳାନାଥଙ୍କ ପୂଜାରେ ଧଳା ରଙ୍ଗର ଫୁଲ ନିହାତି ଚଢାନ୍ତୁ, କାରଣ ଏହି ରଙ୍ଗର ଫୁଲ ଭଗବାନଙ୍କର ପ୍ରିୟ ଫୁଲ । ଯଦି ଆପଣ ଭଲ ଜୀବନସାଥୀ ଚାହୁଁଛନ୍ତି ତେବେ ଆପଣ ଭଗବାନ ଶିବଙ୍କୁ ମଲ୍ଲୀ ଫୁଲ ଚଢ଼ାନ୍ତୁ । ଏଭଳି କରିବା ଦ୍ୱାରା ଯୋଗ୍ୟ ବର-ବଧୂ ପ୍ରାପ୍ତ ହୋଇଥାଏ ।
ଯଦି ଆପଣଙ୍କ ଘରେ ଲାଗାତର ଧନ ସମ୍ପତ୍ତି କମ ହେବାର ଦେଖା ଯାଉଛି ତେବେ ସେଥିରେ ଚିନ୍ତା ନକରି ମହାଦେବଙ୍କ ଲିଙ୍ଗରେ ପଦ୍ମ ଫୁଲ ଏବଂ ବେଲ ପତ୍ର ଚଢ଼ାନ୍ତୁ । ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେବା ସିହତ ଧନ ଲାଭ ହେବ ।