ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମ ବୌଦ୍ଧ ଧର୍ମରେ ବୈଶାଖ ମାସ ପୂର୍ଣ୍ଣିମାର ବଡ ମହତ୍ୱ ରହିଛି । ବୈଶାଖ ମାସ ପୂର୍ଣିମା ତିଥିରେ ବୌଦ୍ଧ ଧର୍ମର ସଂସ୍ଥାପକ ଭଗବାନ ବୁଦ୍ଧଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ଏହାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଇଥାଏ । ସେହିପରି ଆଜି ହେଉଛି ବୈଶାଖ ପୂଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା । ଏହିଦିନ ଭଗବାନ ବୁଦ୍ଧ, ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ରଦେବଙ୍କ ଆରାଧନା କରାଯାଇଥାଏ । ସେହିପରି ହିନ୍ଦୁ ଧର୍ମରେ ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପୂର୍ଣ୍ଣିମାର ମହତ୍ୱ ବିଷୟରେ ।
ଧାର୍ମିକ ମାନ୍ୟତାନୁସାରେ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ରଦେବଙ୍କ ପୂଜା କରାଯାଇଥାଏ । ଏହିଦିନ ଲୋକେ ପୂର୍ଣ୍ଣିମାର ବ୍ରତ ରଖିଥାନ୍ତି । ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ରଦେବଙ୍କ ଆଶିଷରେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ଆଜି ସକାଳ ୬ଟା ୧ ମିନିଟରୁ ରାତି ୧ ଟା ୧୬ ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣିମାର ସିଦ୍ଧି ଯୋଗ ରହିଛି । ଏହି ଶୁଭ ଯୋଗରେ ଆପଣ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ ।