ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ନବରାତ୍ରୀ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଳେଶ୍ୱରୀଙ୍କ ପାଖରେ ଷୋହଳ ପୂଜା କରାଯାଉଛି । ଏଠାରେ ଅନ୍ୟ ଶକ୍ତିପୀଠ ଭଳି ନବରାତ୍ରୀ ଅବସରରେ ନବଦୁର୍ଗା ବେଶ ହୋଇନଥାଏ । ଷୋଳ ପୂଜାରେ ଷୋହଳ ଜ୍ୟୋତିରୂପା ଭାବେ ମା ସମଲେଶ୍ୱରୀ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେହି ଅନୁଯାୟୀ ମା ଆଜି ବୈଷ୍ଣବୀଙ୍କ ରୁପରେ ଦର୍ଶନ ଦେଉଛନ୍ତି ।
ମା’ଙ୍କ ପୀଠରେ ଆସନ୍ତାକାଲି ଉଭୟ ଷଷ୍ଠୀ ଏବଂ ସପ୍ତମୀ ପାଳନ କରାଯିବ । ଏହି ନବରାତ୍ରୀ ଅବସରରେ ମା’ଙ୍କ ଦର୍ଶନ କରିବା ପାଇଁ ପୀଠରେ ଭକ୍ତଙ୍କ ଭିଡ ଲାଗୁଛି । କୋଭିଡ ନିୟମ ପାଳନ କରି ମାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।