ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ସୁଖ-ଶାନ୍ତି ବଳବତ୍ତର ରଖିବା ପାଇଁ ହେଲେ ବାସ୍ତୁର କିଛି ଉପାୟ ଉପରେ ଧ୍ୟାନ ରଖିବା ଉଚିତ୍ । ବାସ୍ତୁ ନିୟମକୁ ଅଣଦେଖା କରିବା ଦ୍ୱାରା ଜୀବନରେ ସମସ୍ୟା ବଢିଯାଇଥାଏ । କୌଣସି କାର୍ଯ୍ୟରେ ସଫଳତା ହାସଲ ହୁଏ ନାହିଁ । ଯେଉଁଥିପାଇଁ ମା ଲକ୍ଷ୍ମୀ ଘରୁ ପଳାୟନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବାସ୍ତୁର କିଛି ନିୟମ ବିଷୟରେ..
– ଘରେ ସକାଳୁ କିଛି ସମୟ ପାଣି ଭଜନ ବଜାଇବା ବା ଗାଇବା ଉଚିତ୍ । ଏହାଦ୍ୱାରା ଘରକୁ ସକରାତ୍ମକ ଶକ୍ତିର ଆଗମନ ହୋଇଥାଏ । ପରିବାର ସଦସ୍ୟଙ୍କ ମନ ସକରାତ୍ମକ ରୁହେ, କାମ କରିବାକୁ ଇଛା ହୁଏ ଏବଂ ଦିନଟି ଭଲରେ ଭଲରେ କଟେ ।
– ହିନ୍ଦୁ ଧର୍ମରେ ଝାଡୁକୁ ଲକ୍ଷ୍ମୀ ବୋଲି କୂହାଯାଇଥାଏ । ସେଥିପାଇଁ କଦାପି ଝାଡୁକୁ ଅପମାନ କରିବା ଉଚିତ୍ ନୁହେଁ । ଘର କଦାପି ଝାଡକୁ ଛିଡା କରି ର୍ଖିବା ଉଚିତ୍ ନୁହେଁ , ସେହିପରି ଝାଡକୁ କଦାପି ପାଦରେ ଚକୁଡିକା କଥା ନୁହେଁ, ଝାଡୁକୁ ସର୍ବଦା ଲୁଚେଇକି ରଖିବା ଉଚିତ୍ ।
– ବିଛଣାରେ ବସିକି କଦାପି ଭୋଜନ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଧନ ହାନି ହୋଇଥାଏ । ଘରେ ଅଶାନ୍ତି ହୋଇଥାଏ ଏବଂ ମା ଲକ୍ଷ୍ମୀ ଘରୁ ପଳାୟନ କରିଥାନ୍ତି ।
– ଜୋତା ଓ ଚପଲକୁ ସର୍ବଦା ସଜାଡିକି ସିଧା ରଖିବା ଉଚିତ୍ । ଜୋତା ଓ ଚପଳ ଏପଟ ସେପଟ ହୋଇ ଓଲଟିକି ପଡିବା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।
– ସକାଳ ୬ଟାରୁ ୮ଟା ମଧ୍ୟରେ ଭୂମି ଉପରେ ଆସନ ପକାଇ ପୂର୍ବ ଉତ୍ତର ଆଡକୁ ମୁହଁ କରି ବସି ପୂଜା କରିବା ଉଚିତ୍ । ବିନା ଆସନରେ ପୂଜା କରିବା ଉଚିତ୍ ନୁହେଁ ।
– ପୂଜାଘରେ ସର୍ବଦା ଏକ ଜଳ କଳଶ ରଖିବା ଉଚିତ୍ ।
– ମନ୍ଦିରରେ ଧୂପ, ଧୂପକାଠି, ହୋମ ସାମଗ୍ରୀ ଦକ୍ଷୀଣ ପୂର୍ବ ତଥା ଆଗ୍ନେୟ କୋଣରେ ରଖିବା ଉଚିତ୍ ।
– ଘରର ମୁଖ୍ୟ ଦ୍ୱାରର ଡାହାଣ ପାଶ୍ୱର୍ରେ ସ୍ୱସ୍ତିକ ବନାନ୍ତୁ ଏହାଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
– ଘର ସର୍ବଦା ସଫା ସୁତୁରା ରଖନ୍ତୁ, ବୁଢିଆଣୀ ଜାଲ ଲାଗିବାକୁ ଦିଅନ୍ତୁ ନାହିଁ । ଏହାଦ୍ୱାରା ଭାଗ୍ୟ ଖରାପ ହୋଇଥାଏ । ମା ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି ।
– ସପ୍ତାହକୁ ଥରେ ପାଣରେ ଲୁଣ ପକାଇ ଘର ପୋଛନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
– ଘରର ମୁଖ୍ୟ ଦ୍ୱାରରେ ସନ୍ଧ୍ୟା ସମୟରେ ଘିଅ ଦୀପ ଜଳାନ୍ତୁ, ଏହାଦ୍ୱାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
– ସକାଳୁ ପୂଜା କରିବା ସମୟରେ ଘରର ମୁଖ୍ୟ ଦ୍ୱାରର ଦୁଇ ପଟେ ଜଳ ଚଢାଇ ଭଗବାନଙ୍କୁ ସ୍ମରଣ କରି ପୂଜା କରିବା ଉଚିତ୍ ।
– ଫଟା ଥାଳିରେ ଭୋଜନ କରିବା ଉଚିତ୍ ନୁହେଁ, ଏହାଦ୍ୱାରା ଦାରିଦ୍ରତା ବଢିଥାଏ ।
– ବାସ୍ତୁ ଅନୁସାରେ ଘରେ ଭଗବାନଙ୍କ ଲମ୍ବା ପ୍ରତିମା ରଖିବା ଉଚିତ୍ ନୁହେଁ ।