ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାସ୍ତୁ ଶାସ୍ତ୍ରରେ ଘରେ ରଖାଯାଇଥିବା ସମସ୍ତ ବସ୍ତୁର ଶୁଭ ଅଶୁଭ ସ୍ଥାନ ରହିଛି । କାରଣ ଏହାର ସିଧା ପ୍ରଭାବ ଜୀବନ ଉପରେ ପଡିଥାଏ । ଯଦି ବାସ୍ତୁ ମୁତାବକ ଘରେ ଛୋଟ ଛୋଟ ପରିବର୍ତ୍ତନ କରିବେ ତେବେ ମାନସିକ ଶାନ୍ତି ବଳବତ୍ତର ରହିବ ଏବଂ ସକରାତ୍ମକ ଶକ୍ତି ସଂଚାର ହେବ । ଆର୍ଥିକ ସଂକଟରୁ ମୁକ୍ତି ବୈବାହିକ ଜୀବନରେ ଭଲ ପାଇବା ଏବଂ ଘରେ ସୁଖ ଶାନ୍ତି ପାଇଁ ଘରେ ଦେବାଦେବୀଙ୍କ ଫଟୋ ଲଗାଇବା ଲାଗି କୁହାଯାଇଥାଏ । କିନ୍ତୁ ଏହାକୁ ଲଗାଇବାର ନିୟମମାନ ରହିଛି । ରାଧା-କୃଷ୍ଣଙ୍କୁ ଅତୁଟ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ । ଘରେ ରାଧାକୃଷ୍ଣଙ୍କ ଫଟୋ ଲଗାଇବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ରାଧାକୃଷ୍ଣଙ୍କ ଫଟୋ ଲଗାଇା ଉଚିତ୍ ।
ସାଧାରଣତଃ ଶୟନ କକ୍ଷରେ ଭଗବାନଙ୍କ ଫଟୋ ଲଗେଇବା ଉଚିତ୍ ନୁହେଁ । କିନ୍ତୁ ରାଧାକୃଷ୍ଣଙ୍କ ଫଟୋକୁ ଶୟନ କକ୍ଷରେ ଲଗାଇ ପାରିବେ । କାରଣ ତାଙ୍କୁ ପ୍ରେମର ପ୍ରତୀକ କୁହାଯାଏ । ଶୟନ କକ୍ଷରେ ତାଙ୍କ ଫଟୋ ଲଗାଇବା ଦ୍ୱାରା ବୈବାହିକ ଜୀବନରେ ମଧୁରତା ଆସେ । ପତିପତ୍ନୀଙ୍କ ମଧ୍ୟରେ ଚିନ୍ତା କମେ ବିଶ୍ୱାସ ଓ ପ୍ରେମ ବଢେ ।
– ଶୟନ କକ୍ଷର ଉତ୍ତର-ପୂର୍ବ କୋଣରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇବା ଶୁଭ ମନେ କରାଯାଏ । ସେହିପରି ଯଦି ଶୟନ କକ୍ଷରେ ବାଥରୁମ ମିଶିକ ଥିବ ତେବେ ବାଥରୁମ କାନ୍ଥରେ ଫଟୋ ଲଗାଇବା ଉଚିତ୍ ନୁହେଁ ।
– ଶୟନ କକ୍ଷରେ ଯଦି ରାଧା-କୃଷ୍ଣଙ୍କ ଫଟୋ ଲଗାଉଛନ୍ତି ତେବେ ପୂଜା କରିବା ଉଚିତ୍ ନୁହେଁ ।
– ଶୟନ କକ୍ଷରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇବା ସମୟରେ ଧ୍ୟାନ ରଖିଥିବେ ଯେପରି ସେଥିରେ କୌଣସି ଦେବାଦେବୀ ଓ ଗୋପୀ ନଥିବେ ।
– ଘରର ଉତ୍ତର କୋଣରେ ଭଗବାନ କୃଷ୍ଣଙ୍କ ସେହି ଫଟୋ ଲଗାନ୍ତୁ ଯେଉଁଥିରେ ସେ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଉଥିବେ । ଏହାଦ୍ୱାରା ଚାକିରୀରେ ଆସୁଥିବା ସମସ୍ୟା ଦୂର ହେବ ।