ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେତେବେଳେ ଆପଣମାନେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତି, ସେହି ବ୍ୟବସାୟର ଉନ୍ନତିକୁ ନେଇ ଚିନ୍ତା ରହିଥାଏ । କିଛି କ୍ଷେତ୍ରରେ ବ୍ୟବସାୟରେ ଉନ୍ନତି ହେଉଥିବା ବେଳେ ଆଉ କିଛି କ୍ଷେତ୍ରରେ ବ୍ୟବସାୟରେ ମାନ୍ଦାସ୍ଥିତି ଦେଖିବାକୁ ମିଳିଥାଏ । ପ୍ରକୃତରେ ବ୍ୟବସାୟ ମାନ୍ଦା ହେବାର ଅନେକ କାରଣ ରହିଛି । ବ୍ୟବସାୟ କ୍ଷେତ୍ର ଏବଂ ଅଫିସର ବାସ୍ତୁ ଦୋଷ ବି ଆପଣଙ୍କ ବ୍ୟବସାୟର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ଆଜି ଆମେ ଆପଣଙ୍କୁ କିଛି ଏଭଳି ବାସ୍ତୁ ଟିପ୍ସ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ପରେ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ ।
– ଦୋକାନର ଇଶାଣ କୋଣ(ଇତ୍ତର-ପୂର୍ବ) କୁ ସମ୍ପୂର୍ଣ୍ଣ ଖାଲି ରଖନ୍ତୁ । ଏହି ସ୍ଥାନରେ ପାଣିରେ ବ୍ୟବସ୍ଥା କରନ୍ତୁ । ଯଦି ଆପଣ ଇଶାଣ କୋଣରେ ପୂଜା ସ୍ଥାନ ବି କରିବେ ତେବେ ତାହା ଅତ୍ୟନ୍ତ ଶୁଭ ।
– ଇଶାଣ କୋଣର ସ୍ୱଚ୍ଛତା ଗ୍ରାହକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ଏହି କୋଣକୁ ସର୍ବବା ସଫା ସୁତୁରା କରି ରଖିବା ଉଚିତ୍ ।
– ଆପଣଙ୍କ ବ୍ୟବସାୟ ସ୍ଥାନରେ ଜୋତା ଚପଲ ରଖନ୍ତୁ ନାହିଁ । କାରଣ ଏହାଦ୍ୱାରା ବ୍ୟବସାୟରେ ମାନ୍ଦା ହୋଇଥାଏ ।
– ଦୋକାନରେ ଜିନିଷ ରଖିବାର ସଠିକ୍ କୋଣ ହେଉଛି ଉତ୍ତର କୋଣ । ସେହିପରି ଯଦି ଆପଣ ଜିନିଷକୁ ଦୀର୍ଘ ସମୟ ଯାଏଁ ରଖିବାକୁ ଚାହୁଁଛନ୍ତି ତେବେ ଦକ୍ଷୀଣ କୋଣରେ ରଖନ୍ତୁ ।
– ବିଦ୍ୟୁତ୍ ଉପକରଣ ଯେପରିକି ବିଦ୍ୟୁତ ମିଟର, ସ୍ୱିଚ୍ ବୋର୍ଡ ଏବଂ ଇନଭୋଟର ବ୍ୟବସ୍ଥା ଅଗ୍ନିକୋଣ (ପୂର୍ବ-ଦକ୍ଷୀଣ) କୋଣରେ କରନ୍ତୁ ।
– ବ୍ୟବସାୟ ସ୍ଥଳରେ ମାଲିକଙ୍କ ବସିବା ସ୍ଥାନ ଦକ୍ଷୀଣ-ପଶ୍ଚିମ କୋଣରେ ହେବା ଉଚିତ୍ ।
– ଯଦି ସମ୍ଭବ ହୋଇଛି ତେବେ ଅଗ୍ନିକୋଣରେ ଏକ ତୁଳସୀ ଗଛ ଲଗାନ୍ତୁ ।