ବାସ୍ତୁଶାସ୍ତ୍ରରେ ଏଭଳି ଅନେକ ଜିନିଷ ବିଷୟରେ କୁହାଯାଇଛି, ଯାହାକୁ ଆପଣାଇଲେ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇ ପାରିବ । ଏହାସହିତ ସେହି ସବୁ ଜିନିଷକୁ ଘରର ଉଚିତ୍ ସ୍ଥାନରେ ରଖିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହିତ ସୁଖ ଶାନ୍ତି ବଳବତ୍ତର ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ରଖିବା ଦ୍ୱାରା ଘରେ ବାସ୍ତୁ ଦୋଷ ଦୂର ହୋଇଥାଏ ।
ଭଗବାନ୍ ହନୁମାନଙ୍କ ଫଟୋ: କୁହାଯାଏ ଘରର ଦକ୍ଷୀଣ-ପଶ୍ଚିମ କୋଣରେ ହନୁମାନଙ୍କ ପଞ୍ଚମୁଖୀ ମୂର୍ତ୍ତି ବା ଫଟୋ ଲଗାଇବା ଉଚିତ୍ ଏବଂ ସେହି ଫଟୋକୁ ନିୟମିତ ରୂପେ ପୂଜା କରିବା ଉଚିତ୍ । ଏହାଦ୍ୱାରା ଘରେ ଧନ- ଧାନ୍ୟ ପରିପୂର୍ଣ୍ଣ ହୋଇ ରହିଥାଏ ଏବଂ ଭଗବାନଙ୍କ କୃପାଲାଭ ମଧ୍ୟ ହୋଇଥାଏ ।
ଲକ୍ଷ୍ମୀ କୁବେର: ଘରର ମୁଖ୍ୟ ଦ୍ୱାରରେ ଧନ ଦେବୀ ମା’ ଲକ୍ଷ୍ମୀ ଏବଂ ଧନ ଦେବତା କୁବେରଙ୍କ ଫଟୋ କିମ୍ବା ସ୍ୱସ୍ତିକ ଲଗାଇବା ଦ୍ୱାରା ଘରେ କଦାପି ଟଙ୍କାର ଅଭାବ ଦେଖା ଦେଇନଥାଏ । ଏହାସହିତ ଯଦି ଆପଣ ମା’ ଲକ୍ଷ୍ମୀଙ୍କ ପୂଜା ନିୟମିତ କରନ୍ତି ତେବେ ବ୍ୟକ୍ତିଙ୍କର କୌଣସି ଜିନିଷରେ ଅଭାବ ରହେନାହିଁ ।
ବାସ୍ତୁ ଦେବତା: ଘରେ ବାସ୍ତୁ ଦେବତାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାସହିତ ଘରେ ଟଙ୍କାର ଅଭାବ ଦୂର ହୋଇଥାଏ ।
ପିରାମିଡ୍: ଆପଣଙ୍କ ଘରର ଯେଉଁ ଭାଗରେ ସଦସ୍ୟ ସବୁଠାରୁ ଅଧିକ ଚଳ ପ୍ରଚଳ ହୁଅନ୍ତି । ସେହି ସ୍ଥାନରେ ଚାନ୍ଦୀ, ପିତଳ କିମ୍ବା ତମ୍ବାର ପିରାମିଡ୍ ରଖନ୍ତୁ । ଏହା ଘରର ସଦସ୍ୟଙ୍କ ଆୟର ବୃଦ୍ଧି କରିଥାଏ ।
ମାଟି ସୁରେଇ: ବାସ୍ତୁ ଅନୁସାରେ ଘରର ଉତ୍ତର କୋଣରେ ପାଣି ଭରି ହୋଇଥିବା ମାଟି ସୁରେଇ ରଖିବା ଉଚିତ୍ । ଏହାଦ୍ୱାରା ଘରେ ଅର୍ଥ ଅଭାବ ଦେଖାଦେଇନଥାଏ । ଯଦି ଆପଣଙ୍କ ଘରେ ସୁରେଇ ନାହିଁ, ତେବେ ଆପଣ ମାଟି ଘଡିରେ ପାଣି ରଖି ପାରିବେ । ଧ୍ୟାନ ରଖିଥିବେ ଯେପରି ଘଡି କେବେ ବି ଖାଲି ନ ରୁହେ ।