ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାସ୍ତୁ ଅନୁସାରେ ଯଦି ଘରର ସମସ୍ତ ଜିନିଷ ସଠିକ୍ ଦିଗରେ ରଖାଯାଏ ତେବେ ବ୍ୟକ୍ତି ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ଏଭଳି ପରିସ୍ଥିତିରେ ଧନ ସମୃଦ୍ଧିିର ଅନେକ ଉପାୟ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଯାହାକୁ ଆପଣାଇବା ଦ୍ୱାରା ବ୍ୟକ୍ତିଙ୍କୁ ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ନାହିଁ ।
ଯଦି ଆପଣ ବାସ୍ତୁ ଅନୁସାରେ ଘରେ ଆଲମିରା ରଖିବେ ତେବେ ଏହାଦ୍ୱାରା ଆପଣଙ୍କୁ ଲାଭ ହେବ । ସେଥିପାଇଁ ଆପଣଙ୍କ ଆଲମିରାକୁ ଉତ୍ତର ଦିଗରେ ରଖନ୍ତୁ । ଏହି ଦିଗରେ ରଖିବା ଦ୍ୱାରା ବ୍ୟକ୍ତିଙ୍କୁ ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ନାହିଁ ।
ଘରର ଆଲମିରାକୁ ଦକ୍ଷୀଣ କାନ୍ଥରେ ଲଗେଇକି ରଖନ୍ତୁ ଯାହାଦ୍ୱାରା ଆଲମିରାର ମୁହଁ ଉତ୍ତର ଆଡକୁ ରହିପାରିବ । ଏଭଳି କରିବା ଦ୍ୱାରା ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ଐଶାନ୍ୟ କୋଣ ହେଉଛି ଦେବାଦେବୀଙ୍କ ବାସସ୍ଥଳୀ । ସେଥିପାଇଁ ଏହି କୋଣରେ କୌଣସି ଅଳିଆ ଆବର୍ଜନା ରଖିବେ ନାହିଁ । ଏହି କୋଣରେ ଜଳ ସମ୍ବନ୍ଧୀୟ ଜିନିଷ ରଖିବା ଶୁଭ ହୋଇଥାଏ । ସେଥିପାଇଁ ଏହି କୋଣରେ ଆକ୍ୱାରିୟମ ରଖିବା ଉଚିତ୍ ।
ଅନେକ ଲୋକ ରାତିରେ ଆଇଁଠା ବାସନ ପକେଇ ରଖିଥାନ୍ତି । ବାସ୍ତୁ ଅନୁଯାୟୀ ଏଭଳି କରିବା ବିଲକୁଲ ଠିକ୍ ନୁହେଁ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଠ ହୋଇ ଘରୁ ପ୍ରସ୍ଥାନ କରିପାରନ୍ତି । ସେଥିପାଇଁ ରାତିରେ ବାସନ ଧୋଇକି ରଖନ୍ତୁ ।
ସେହିପରି ଆଉ ଗୋଟେ କଥା ଧ୍ୟାନ ରଖିିଥିବେ କି ଘରର ନଳରୁ କଦାପି ପାଣି ଲିକ୍ ହେବା ଉଚିତ୍ ନୁହେଁ ।