ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେବା-ଦେବୀଙ୍କୁ ଆରଧନା କରିବା ପାଇଁ ଶାସ୍ତ୍ରରେ ପୂଜା-ପାଠର ନିୟମ ରହିଛି । ଯାହା ମାଧ୍ୟମରେ ଇଶ୍ୱରଙ୍କ ଅନୁକମ୍ପା ପ୍ରାପ୍ତ କରିହେବ । ସନାତନ ଧର୍ମ ଅନୁଯାୟୀ, ଘର ଏକ ମନ୍ଦିର ରହିଥାଏ, ଯେଉଁଠି ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଏ । ଏଠାରେ ବିଭିନ୍ନ ଦେବା-ଦେବୀଙ୍କ ମୂର୍ତ୍ତି ଏବଂ ଫଟୋକୁ ପୂଜାର୍ଚ୍ଚନା କରାଯାଇଥାଏ । କିନ୍ତୁ ଅନେକ ଥର ଅଜାଣତାରେ ଏଭଳି ଭୁଲ୍ ହୋଇଯାଇଥାଏ, ଯାହାଦ୍ୱାରା ଘରର ପୂଜା ସ୍ଥାନର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ପୂଜା ଘରକୁ ନେଇ କେଉଁ ଭୁଲ୍ କରିବା ଉଚିତ୍ ନୁହେଁ ।
– ଅନେକ ଲୋକ ଶୟନ କକ୍ଷରେ ପୂଜା ଘର କରି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା ଠିକ୍ ନୁହେଁ । ଶୟନ କକ୍ଷରେ ଠାକୁର ଘର ରହିବା ଉଚିତ୍ ନୁହେଁ । ଏହାଦ୍ୱାରା ପାରିବାରିକ ଜୀବନରେ ସମସ୍ୟା ଉପୁଜିଥାଏ ।
– ଆଜିକାଲି ଅନେକ ଲୋକ ଘରେ ମନ୍ଦିର ତିଆରି କରୁଥିବାର ଦେଖିବାକୁ ମିଳୁଛି । ମାତ୍ର ଶାସ୍ତ୍ରାନୁସାରେ ଘରେ ପୂଜା ସ୍ଥାନ ଅଲଗା ରହିବା ଉଚିତ୍ କିନ୍ତୁ ଘରେ ମନ୍ଦିର ରହିବା ଉଚିତ୍ ନୁହେଁ । ପ୍ରକୃତରେ ମନ୍ଦିର ଖୋଲା ସ୍ଥାନରେ ରହିବା ଉଚିତ୍ ।
– କିଛି ଲୋକ ବାହାରକୁ ଛୁଟି କାଟିବା ପାଇଁ କିମ୍ବା କୌଣସି ଅନ୍ୟ କାମ ପାଇଁ ଘରେ ତାଲା ପକାଇ ଚାଲିଯାଇଥାନ୍ତି ଏବଂ ଘର ଭିତରେ ଠାକୁରଙ୍କୁ ବି ବନ୍ଦ କରି ଚାଲିଯାଆନ୍ତି । ପ୍ରକୃତରେ ଏଭଳି କରିବା ଭୁଲ୍ । ବାସ୍ତୁ ଅନୁଯାୟୀ ଘରେ ଭଗବାନଙ୍କୁ ନିୟମିତ ପୂଜା କରିବା ଉଚିତ୍ । ଘରେ ତାଲା ପକାଇ ଯାଆନ୍ତୁ କିନ୍ତୁ ଭୁଲ୍ ରେ ଠାକୁର ଘରେ ତାଲା ପକାନ୍ତୁ ନାହିଁ ।
– ପୂଜା ଘରେ କଦାପି, ବାସି ଫୁଲ, ମାଳ ଏବଂ ଜଳି ଯାଇଥିବା ଧୂପକାଠି ଗୁଣ୍ଡ ଜମାକରି ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ।
– ଶାସ୍ତ୍ରାନୁଯାୟୀ ଶୌଚାଳୟ ଏବଂ ସ୍ନାନ ଗୃହର କାନ୍ଥକୁ ଲଗେଇ ଭୁଲ୍ ରେ ଠାକୁର ଘର ତିଆରି କରନ୍ତୁ ନାହିଁ ।
– ସେହିପରି ରୋଷେଇ ଘର ସହ ପୂଜା ଘର ତିଆରି କରାଯିବା ଉଚିତ୍ ନୁହେଁ ।
– ଅପରପେକ୍ଷ ଘରର ସିଡି ତଳେ ଭୁଲ୍ରେ ବି ଠାକୁର ଘର ତିଆର କରନ୍ତୁ ନାହିଁ ।