ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚାଲିଛି ଫାଲ୍ଗୁନ ମାସ । ଫାଲ୍ଗୁନ କୃଷ୍ଣ ପକ୍ଷରେ ପଡୁଥିବା ଏକାଦଶୀ ତିଥିକୁ ବିଜୟା ଏକାଦଶୀ ବୋଲି କୁହାଯାଇଥାଏ । ଏହି ଏକାଦଶୀର ବିଶେଷ ଧାର୍ମିକ ମହତ୍ୱ ରହିଛି । ଏହି ଏକାଦଶୀ ବ୍ରତ ରଖିବା ଦ୍ୱାରା ସୁଖ-ସମୃଦ୍ଧି ଲାଭ ହେବା ସହ ବିଜୟ ପ୍ରାପ୍ତ ହୋଇଥାଏ ।
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ୨୬ ଫେବୃଆରୀ ସକାଳ ୧୦ଟା ୪୨ ମିନିଟ୍ ରୁ ଏକାଦଶୀ ତିଥି ଆରମ୍ଭ ହୋଇଯାଇଛି । କିନ୍ତୁ ଆସନ୍ତାକାଲି ବିଜୟ ଏକାଦଶୀ ବ୍ରତ । ଏହି ବ୍ରତ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଶ୍ରୀହରି ବିଷ୍ଣୁଙ୍କ ପୂଜା ଓ ବ୍ରତ କରିବା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ବିଜୟ ପ୍ରାପ୍ତି ହୋଇଥାଏ ।
ପଞ୍ଚାଙ୍ଗ ଅନୁସାରେ ୨୭ ଫେବୃଆରୀ ୨୦୨୨ ରବିବାର ସକାଳ ୮ଟା୧୨ ମିନିଟ୍ ଯାଏଁ ଏକାଦଶୀ ତିଥି ରହିବ । ବିଜୟା ଏକାଦଶୀ ତିଥିରେ ସର୍ବାର୍ଥ ସିଦ୍ଧି ଯୋଗ ଏବଂ ତ୍ରିପୁଷ୍କର ଯୋଗ ପଡୁଛି । ସେହିପରି ବିଜୟା ଏକାଦଶୀର ଶୁଭ ମୁହୂର୍ତ୍ତ ଦିନ ୧୨ଟା ୧୧ ରୁ ୧୨ ଟା ୫୭ ମିନିଟ ଯାଏଁ ରହିବ ।