ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୁଧବାର ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି । ସଙ୍କଟ ଓ କଷ୍ଟରୁ ମୁକ୍ତି ପାଇବା ପାଇଁ ବୁଧବାର ଗଣେଶ ଭଗବାନଙ୍କୁ ପୂଜା କରିବାର ବିଧି ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ବୁଧବାର ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ବିଘ୍ନ ଦୂର ହୋଇଥାଏ । ଏହାସହିତ ନିଜ ନିଜ ମନ ମୁତାବକ ବର ପ୍ରାପ୍ତି ହୋଇଥାଏ । କେବଳ ଏତିକି ନୁହେଁ ବିଶ୍ୱାସ ରହିଛି କି କୌଣସି ଶୁଭ ଓ ମଙ୍ଗଳକାର୍ଯ୍ୟ ପାଇଁ ଗଣେଶ ଭଗବାନଙ୍କ ପୂଜା କରାଯାଇଥାଏ । ଗଣେଶଙ୍କୁ ନିଜ ମନ ମୁତାବକ ବରଦାନ ମାଗିବା ପାଇଁ ବୁଧବାର ଦିନ ମନ୍ତ୍ର ଜପିବା ଉଚିତ୍ । ଏହାଦ୍ୱାରା ବହୁତ ଶୀଘ୍ର ମନସ୍କାମନା ପୁରଣ ହୋଇଥାଏ ।
ଦୀର୍ଘାୟୁ ପାଇଁ ମନ୍ତ୍ର:
ପ୍ରଣମ୍ୟ ଶିରସା ଦେବଂ ଗୌରିପୁତ୍ରଂ ବିନୟାକମ୍, ଭକ୍ତାବାସଂ ସ୍ମରେନିତ୍ୟଂ ଆୟୁଃ କାମାର୍ଥ ସିଦ୍ଧୟେ । ।
ଧନ ବୈଭବ ପ୍ରାପ୍ତି ମନ୍ତ୍ର:
ଓଁ ନମୋ ଗଣପତୟେ କୁବେର ୟେକଦ୍ରିକୋ ଫଟ୍ ସ୍ୱାହା
ପରିବାରରେ ସୁଖ ଶାନ୍ତି ପାଇଁ ମନ୍ତ୍ର:
ଓଁ ଗ୍ଲୌଂ ଗଂ ଗଣପତୟେ ନମଃ
ଧନ, ବିଦ୍ୟା, ସନ୍ତାନ ପ୍ରାପ୍ତି ପାଇଁ ମନ୍ତ୍ର:
ବିଦ୍ୟାର୍ଥୀ ଲଭତେ ବିଦ୍ୟାଂ, ଧନାର୍ଥୀ ଲଭତେ ଧନମ୍, ପୁତ୍ରାର୍ଥୀ ଲଭତେ ପୁତ୍ରାନ୍-ମୋକ୍ଷାର୍ଥୀ ଲଭତେ ଗତିମ୍ । ।