ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧିବିଧାନର ସହ ଗଜାନନଙ୍କ ପୂଜା କରାଯାଏ । ଗଜାନନଙ୍କ ପୂଜା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ଆଜି ବର୍ଷର ଶେଷ ବୁଧବାର ଆଜିର ଦିନରେ କିଛି ଉପାୟ କରି ଭଗବାନ ଗଣେଶଙ୍କ କୃପା ଲାଭ କରିପାରିବେ । ତେବେ ଆସନ୍ତୁ ଜାଣିବା
ଯଦି ଘରର ଆର୍ଥିକ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଗାଇକୁ ସବୁଜ ଘାସ ଖୁଆନ୍ତୁ । ଏହାସହିତ ଗଣେଶ ମନ୍ଦିର ଯାଇ ଦୁବ ଅର୍ପଣ କରନ୍ତୁ । ବର୍ଷର ଶେଷ ବୁଧବାର କରାଯାଇଥିବା ଏହି ଉପାୟ ଆଗାମୀ ବର୍ଷ ସାରା ଶୁଭ ଫଳ ଦେବ ।
ଗଜାନନଙ୍କ ପ୍ରିୟ ହେଉଛି ମୋଦକ ଓ ଲଡ୍ଡୁ । ବୁଧବାର କଂସା ଥାଳିରେ ଚନ୍ଦନରେ ଓଁ ଗଂ ଗଣପତୟେ ନମଃ ଲେଖି ସେଥିରେ ପାଞ୍ଚଟି ଲଡୁ ରଖି ମନ୍ଦିରକୁ ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ଧନ ପ୍ରାପ୍ତି ହେବ ।
ଯଦି ଆପଣଙ୍କର ବୁଧ କମଜୋର ତେବେ ସର୍ବଦା ନିଜ ପାଖରେ ସବୁଜ ରଙ୍ଗର ରୁମାଲ ରଖନ୍ତୁ । ଏହାସହିତ ବୁଧବାର କୌଣସି ଗରିବ ଲୋକକୁ ମୁଗ ଡାଲି ବା ସବୁଜ ବସ୍ତ୍ର ଦାନ କରନ୍ତୁ । ସେହିପରି ଏହିଦିନ ସବୁଜ ରଙ୍ଗର କପଡା ପିନ୍ଧିବା ଶୁଭ ।
ବୁଧବାର ଗଜାନନଙ୍କ ମନ୍ଦିର ଯାଇ ପୂଜା କରନ୍ତୁ ଏବଂ ଗଣେଶଙ୍କ ମଥାରେ ତିଳକ ଲଗାନ୍ତୁ । ଏହାପରେ ନିଜ ମଥା ରେ ବି ତିଳକ ଲଗାନ୍ତୁ । ଏହାଦ୍ୱାରା ବର୍ଷ ତମାମ ସଫଳତା ମିଳିବ ।